ବରୀ,(ରତ୍ନଗିରି ନ୍ୟୁଜ ) : ଅଭିମନ୍ୟୁ ବାଲିଆ ଛକ ଶ୍ରୀରାମ ନବମୀ ପୁଜା କମିଟି ପକ୍ଷରୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପୂଜା ଉପଲକ୍ଷେ ନିଆରା ଢଙ୍ଗରେ ଜଳସେବା ମାଧ୍ୟମରେ ଶୁବେଚ୍ଛା ଶୁଭକାମନା ଏବଂ ସମଗ୍ର ଓଡିଶା ବାସୀଙ୍କର ମଙ୍ଗଳ କାମନା କରି ଅତ୍ୟଧିକ ରୁଦ୍ର ତାପକୁ ଦୃଷ୍ଟିରେ ରଖି ରବିବାର ସକାଳ ୯ ଘଟିକା ସମୟରେ ବରୀ ଅଞ୍ଚଳର ଜନଗହଳି ପୂର୍ଣ୍ଣ ବାଲିଆ କଲେଜ ଛକ ନିକଟରେ କମିଟିର ସଦସ୍ୟ ମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ଜଳସେବା କେନ୍ଦ୍ର କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ରାସ୍ତାରେ ଯାଉଥିବା ତୃଷାର୍ଥ ପଥଚାରୀଙ୍କ ସହିତ ଯାନବାହାନରେ ଯାଉଥିବା ଚାଳକ, ସହଯୋଗୀ ଏବଂ ଯାତ୍ରୀ ମାନଙ୍କୁ ଶ୍ରଦ୍ଧାପୂର୍ଣ୍ଣ ଭାବେ ସୁସ୍ୱାଦୁ ପାନୀୟ ଯୋଗାଇ ଆପ୍ୟାୟିତ କରୁଥିବା ଦେଖିବାକୁ ମିଳିଥିଲା। କମିଟିର ଏତାଦୃତ ସାମାଜିକ ପ୍ରବଣ, ସେବାବ୍ରତୀ ମନୋଭାବକୁ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ଶରତ କୁମାର ଜେନା,ଜିତେନ୍ଦ୍ର କୁମାର ଜେନା, ବିଶ୍ୱଜିତ ଜେନା, ସୋମନାଥ ଜେନା, ରବିନ୍ଦ୍ର କୁମାର ବେହେରା, ସୁରେଶ ଘଡ଼ାଇ, ଭାଗିରଥି ଦାସ, ପ୍ରୀତି ରଞ୍ଜନ ସାହୁ, ସନ୍ତୋଷ କୁମାର ରାଉତ,ରବୀନ୍ଦ୍ର କୁମାର ବେହେରା, ଗୋପାଳ ସାହୁ, ଈଶ୍ୱର ଚନ୍ଦ୍ର ଦଣ୍ଡପାଟ, ଚିତ ରଞ୍ଜନ କର, ଲିଟୁ, ପିଣ୍ଟୁ, କାଳିଆ, ଚରଣ, ଟୁଲୁ ପ୍ରଭୂତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ସକାଳ ୯ ଘଟିକା ଠାରୁ ଆରମ୍ଭହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲୁରହିଥିଲା। ତୃଷାର୍ଥ ମାନେ ଜଳସେବା ଗ୍ରହଣ କରି କମିଟିର ସମସ୍ତ କାର୍ଯକ୍ରର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ।