ତାଳଚେର (ରତ୍ନଗିରି ନ୍ୟୁଜ) : ତାଳଚେର ସହରରେ ଅଳିଆ ଆବର୍ଜନା ପରିବହନ ସମୟରେ ବ୍ୟାପକ ଅନିୟମିତା ଦେଖିବାକୁ ମିଳିଛି।ପୌର କର୍ତୃପକ୍ଷ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ଖାତିର କରୁନଥିବା ଦେଖିବାକୁ ମିଳିଛି।ଫଳରେ ପରିମଳ ବ୍ୟବସ୍ତାର ଉନ୍ନତି କରିବାକୁ ଯାଇ ଏଠି ବିଭିନ୍ନ ସ୍ଥାନ ମାନଙ୍କ ରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସହରର ଅଳିଆ ଉଠାଇ ଡମ୍ପିଂୱାର୍ଡକୁ ନେବା ସମୟରେ ଅଳିଆ ବୁହା ଗାଡ଼ିରେ ଉପରେ ନିୟମ ଅନୁଯାୟୀ ପାଲ ଢ଼ଙ୍କା ଯାଉନାହିଁ ।ଫଳରେ ଉକ୍ତ ଗାଡ଼ିରୁ ଅଳିଆ ଆବର୍ଜନା ଉଡି ସହରର ମୁଖ୍ୟ ରାସ୍ତାରେ ପଡୁଛି ଯାହାକି ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି।କରୋନା ମହାମାରୀ ସମୟରେ ଏଭଳି କର୍ତ୍ତୃପକ୍ଷ ଙ୍କ ସ୍ୱଚ୍ଛତା ଅଭିଯାନ ହାଟରେ ପଡି ଦଣ୍ଡିରେ ଗଡୁଛି। ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚକରି ବ୍ୟାପକ ସଚେତନାକୁ ଦୁର୍ଷ୍ଟି ରେ ରଖି କାନ୍ଥ ବାଡ଼କୁ ବିଭିନ୍ନ ଚିତ୍ରକଳାରେ ରଂଗାୟତ କରୁଥିବା ବେଳେ ଏବେ ସବୁଠି ଦେଖିବାକୁ ମିଳୁଛି ସ୍ୱଚ୍ଛତାର ବିକଳ ଚିତ୍ର। ଅନ୍ୟପଟେ ପୌରବାସୀଙ୍କଠାରୁ ବେଧଡକ ଭାବେ ଟାକ୍ସ ଅଦାୟକରି ସ୍ୱଚ୍ଛତାକୁ ପ୍ରାଥମିକତା ଦେଉ ନାହିଁ ତାଳଚେର ପୌରପାଳିକା।
Related Stories
December 1, 2024
November 25, 2024