ବରୀ (ରତ୍ନଗିରି ନ୍ୟୁଜ) : ବରୀ ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ବିଶ୍ବ ରଞ୍ଜନ ମଲ୍ଲିକଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା। ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ଟିକେଟ ପାଇଁ ଶ୍ରୀ ମଲିକଙ୍କ ବ୍ୟତୀତ ବିଧାୟିକା ସୁନନ୍ଦା ଦାସଙ୍କ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଷୋମବାର ଦିନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ସେମାନଙ୍କ ମଧ୍ୟରେ ବିଶ୍ୱ ରଞ୍ଜନ ମଲିକ ନାମ ରହିଥିଲା। ମଙ୍ଗଳ ବାର ଦିନ ଶ୍ରୀ ମଲିକ ପୁରୀକୁ ଯାଇ ଶ୍ରି ଜଗନ୍ନାଥଙ୍କ ଦର୍ଶନ ସାରି ଭୁବନେଶ୍ୱର ଠାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନଙ୍କୁ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିବା ପରେ ରାତିରେ ତାଙ୍କ ବରୀ ସ୍ଥିତ ବାସ ଭବନରେ ବିଳମ୍ବିତ ରାତ୍ରୀରେ ପହଞ୍ଚିବା ପରେ ଶହ ଶହ ଦଳୀୟ କର୍ମୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଥିଲା। ବୁଧବାର ପ୍ରାତରେ ପ୍ରଥମେ ଗ୍ରାମ ଦେବତିଙ୍କ ଦର୍ଶନ ସାରି ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବା ପରେ ବରୀ ନିର୍ବାଚନ ମଣ୍ଡଳୀର ଯାଜପୁର ବ୍ଲକ ଅନ୍ତର୍ଗତ ଦଶ ଗୋଟି ପଂଚାୟତକୁ ଗସ୍ତ କରି କର୍ମୀ ମାନଙ୍କୁ ଭେଟିଥିଲେ। ମଧ୍ୟାହ୍ନରେ ବରୀ ବ୍ଲକ ବିଜେଡ଼ି ସଭାପତି କେଦାର ସାମଲଙ୍କ ବାସ ଭବନରେ ପହଞ୍ଚି ସାକ୍ଷାତ କରିବା ପରେ ଧାରପୂର ପଂଚାୟତର ନାଥପୁର ଠାରେ ଥିବା ବରୀ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲଙ୍କ ବାସ ଭବନରେ ପହଞ୍ଚି ଥିଲା ସେଠାରେ ତାଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ମିଠା ଖୁଆଇ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ତାଙ୍କ ଶ୍ରୀ ମଲିକଙ୍କ ବ୍ୟତୀତ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ, ବ୍ଲକ ଯୁବ ବିଜେଡ଼ି ସଭାପତି ରଞ୍ଜନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲିପ ମହାନ୍ତି, ସରପଞ୍ଚ ସୁଶାନ୍ତ ଦାସ, ସରପଞ୍ଚ କୁନା ମଲ୍ଲିକ, ବାଲିଆ ସରପଞ୍ଚଙ୍କ ପ୍ରତିନିଧି ରତି ରଞ୍ଜନ ଜେନା,ଧାରପୁର ସମିତି ସଭ୍ୟ ଶ୍ରୀଧର ସେଠୀ, ଶ୍ରୀନାଥ କରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅପରାହ୍ନରେ ଶ୍ରୀ ମଲିକ, କେଦାର ସାମଲ, ଅଶୋକ କୁମାର ସାମଲ ଓ ରଞ୍ଜନ କୁମାର ପଣ୍ଡାଙ୍କ ସହିତ ମିଶି ରସୁଲପୁର ବ୍ଲକର ଦଶ ଗୋଟି ପଞ୍ଚାୟତ ଓ ବରୀ ବ୍ଲକର କିଛି ପଞ୍ଚାୟତ ଗସ୍ତ କରି ସରପଞ୍ଚ, ସମିତି ସଭ୍ୟ ଏବଂ ଦଳୀୟ କର୍ମୀ ମାନଙ୍କୁ ଭେଟି ଛନ୍ତି।