ଅନୁଗୁଳ(ରତ୍ନଗିରି ନ୍ୟୁଜ) : ମଙ୍ଗଳବାର ଦିନ ଅପରାହ୍ନ 4 ଘଟିକା ସମୟରେ ଅନୁଗୋଳ ସଂଘ କାର୍ଯ୍ୟାଳୟ ଠାରେ ଓଡିଶା ପୂର୍ବ ପ୍ରାନ୍ତ ର ଆଗାମୀ 18 ତାରିଖ ରୁ 28 ତାରିଖ 10 ଦିନ ଯାଏ ହେବାକୁ ଥିବା ପ୍ରଶିକ୍ଷଣ ବର୍ଗ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦର ଓଡିଶା ପ୍ରାନ୍ତ ଧର୍ମାଚାର୍ଯ୍ୟ ପ୍ରମୁଖ ଅଜୟ କୁମାର ଦାସ ବର୍ଗ ପାଳକ ଭାବେ, କଟକ ଜିଲ୍ଲା ପ୍ରଭାରୀ ମନୋଜ କୁମାର ଆଚାର୍ଯ୍ୟ ବର୍ଗ ସହ ବୌଦ୍ଧିକ ପ୍ରମୁଖ ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ପ୍ରାନ୍ତ ସମ୍ପାଦକ ମହେଶ ସାହୁ ବୈଠକରେ ଅଧକ୍ଷତା କରିଥିବା ବେଳେ ସୁବାସ ଚନ୍ଦ୍ର ଗଡନାୟକଙ୍କୁ ବର୍ଗାଧିକାରୀ, ରଶ୍ମିରଞ୍ଜନ ମିଶ୍ରଙ୍କୁ ଭଣ୍ଡାର ଓ ଭୋଜନ , ବିଜୟ ମୋଦିଙ୍କୁ ସ୍ୱାସ୍ଥ୍ୟ, ନିର୍ମଳ ଅଗ୍ରୱାଲଙ୍କୁ କକ୍ଷ ପ୍ରମୁଖ, ପଦ୍ମଖି ସିଂ ଓ ମୀରା ପାତ୍ରଙ୍କୁ ମଣ୍ଡପ ଓ ମହିଳା କକ୍ଷ ପ୍ରମୁଖ, ବିଶ୍ୱମ୍ବର ସାହୁଙ୍କୁ ପୂର୍ତ୍ତୀ ବିଭାଗ, ପ୍ରଭାତ ବାରିକ ଓ ଅନୁରାଗ ସାହୁ ଙ୍କୁ ଅତିଥି ଅଧିକାରୀ ସେବା ,ଯାତାୟାତ ,ଜଳ ଓ ପରିମଳ ବିଭଗର ଦାଇତ୍ୱ ଅର୍ପଣ କରାଯାଇଥିବା ନେଇ ଜିଲ୍ଲା ସହ ସମ୍ପାଦକ ରଶ୍ମି ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି l ଏହି ଅବସରରେ ପ୍ରାନ୍ତ ସମ୍ପାଦକ ମହେଶ ସାହୁ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଦିଆଯାଇଛି l