ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ)୧୯/୦୫ : ବେଆଇନ ଭାବେ ମନ୍ଦିରରୁ ହୁକିଂ କରି ବିଦ୍ୟୁତ ନେଇ 3ହର୍ଷ ପାଓ୍ବାର ମୋଟର ବ୍ଯବହାର କରି ପୋଖରୀରୁ ପାଣି ନିଶ୍କାସନ ଚାଲିଛି ,ଯାହାକୁ ନେଇ କିଛି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ମାଲ ଦରିଆ ମେ ଡାଲ ନୀତିକୁ ଆପଣାର କରି ବିଦ୍ଯୁତ ସେବା ପାଇବା ସହ ବ୍ଯକ୍ତିଗତ କାର୍ଯ୍ୟ କରୁଥିବା ବେଳେ କିଛି ଅଘଟଣ ଘଟିଲେ ମନ୍ଦିର ପରିଚାଳନା କମିଟି କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଗଳାବାଟରେ ବଳି ପଡୁଛନ୍ତି ସାଧାରଣଜନତା । ସୁଚନାପ୍ରକାରେ ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତର ଲିମିଶ୍ବର ମନ୍ଦିର ପରିସରରୁ ବେଆଇନ ଭାବେ ବିଦ୍ଯୁତ ହୁକିଂ କରି ନିକଟସ୍ଥ ଏକ ପୋଖରୀରୁ ପାଣି ନିଶ୍ସନ ଚାଲିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।ପୋଖରୀର ପାଣି ନିଷ୍କାସନ ପାଇଁ 3HP ବିଦ୍ୟୁତ ମୋଟର ଚାଳିତ ପମ୍ପ ଲଗାଇ ପ୍ରାୟ ୪ଦିନଧରି ବ୍ଯବହାର କରାଯାଇଥିବା ନେଇ ସ୍ଥାନୀୟ ଲୋକମାନେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିବା ମଧ୍ୟ ଶୁଣିବାରେ ମିଳୁଛି ।
ପୋଖରୀର ଗାଧେଇବା ପାଇଁ ବ୍ଯବହାର ପାହାଚ ଅତିକ୍ରମ କରି ଖଣ୍ଡ ଖଣ୍ଡ ତାରକୁ ଯୋଡି ମୋଟରକୁ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ଏକ ସଙ୍ଗିନୀ ଅଭିଯୋଗ ହୋଇଛି । ଯାହାକି ଅନ୍ଧକାର ମଧ୍ୟରେ କୈଣସି ବ୍ଯକ୍ତି ଗାଧେଇବା ପାଇଁ ଗଲାବେଳେ ମୃତ୍ୟୁ ମୁଖରେ ପଡିବ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଗ୍ରାମବାସୀ ମାନେ କରିଛନ୍ତି ଅଭିଯୋଗ ।ବିଦ୍ୟୁତ ବିଭାଗୀୟ କାର୍ଯ୍ଯାଳୟରୁ ଅନୁମତି କିମ୍ବା ମନ୍ଦିର ପରିଚାଳନା କମିଟିର ଆଗୋଚର ଚୋରା ବିଦ୍ଯୁତ ନେଇ ପୋଖରୀର ପାଣି ନିଶ୍କାସନ ସହିତ କେଉଁ କାରଣରୁ ଗ୍ରୀଷ୍ମ ଋତୁରେ ପାଣି ନିଶ୍କାସନ ଚାଲିଛି ବୋଲି ପୋଖରୀର ଉପରେ ନିର୍ଭର କରୁଥିବା ସାଧାରଣଜନତା ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ବେଆଇନ ଭାବେ ବେଲଗାଁରେ ବେଲେଶ୍ବର ମନ୍ଦିର ପରିସରେ ଏକ ନାବାଳକଙ୍କ ବିଦ୍ୟୁତ ଆଘାତରେ ସଂଜ୍ଞାହୀନରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ସୁଚନାପ୍ରକାରେ ମନ୍ଦିରକୁ ଦୀର୍ଘ ଦିନ ଧରି ବିଦ୍ୟୁତ ସେବା ବିଚ୍ଛିନ୍ନ କରାଯାଇଥିଲା ।
ହୁକିଂ ସହାୟତାରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଛି । ଏଣୁ ଘଟଣାର ତଦନ୍ତ କରାଯାଇ ମନ୍ଦିର ପରିଚାଳନା କମିଟି ବିରୋଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କମିଟିଙ୍କ ଦାୟିତ୍ଵହୀନ କାର୍ଯ୍ୟ ଯୋଗୁଁ ମୋର ଏକ ମାତ୍ର ପୁଅର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ମା ଅଭିଯୋଗ କରିଛନ୍ତି । ରିପୋର୍ଟ :-ରଂଜିତ କୁମାର ପୋଲାଇ