ବରୀ,(ରତ୍ନଗିରି ନ୍ୟୁଜ): ଆଧ୍ୟାତ୍ମିକ ଚିନ୍ତାଧାରା ଓ ଧର୍ମୀୟ ଭାବନା ସବୁବେଳେ ସନାତନି ମାନଙ୍କ ହୃଦୟରେ ରହିଥାଏ ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଦିବସରେ। ଆଜି ବରୀ ଅଞ୍ଚଳ ପ୍ରଭୁ ରାମଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଦିବସରେ ବିଭିନ୍ନ ଧର୍ମୀୟ ଅନୁଷ୍ଠାନରେ ପୂଜାପାଠ କରାଯିବା ସହ ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ଜୟ ଶ୍ରୀରାମ ଧ୍ବନିରେ ବରୀ ଅଞ୍ଚଳ ପ୍ରକମ୍ପିତ ହୋଇଥିବା ବେଳେ ଏକ ଧର୍ମୀୟ ପରିବେଶ ସୃଷ୍ଟି ହୋଇଛି। ଏହି ବ୍ଲକ ଅଧିନସ୍ଥ ୨୯ ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମହିଳା, ଯୁବକ ଓ ବୁଦ୍ଧିଜୀବୀ ମାନେ ବହୁ ଆଗ୍ରହର ସହିତ ରାମରଥକୁ ସ୍ଵାଗତ କରିଥିବାର ଦେଖିବାକୁ ମିଳିଥିଲା।
ବିଶେଷ କରି ସ୍ଥାନୀୟ ରତ୍ନଗିରି ଠାରେ ଯୁବ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ବ ରେ ଏକ ଯଜ୍ଞର ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ଅଂଚଳର ହଜାର ହଜାର ସଂଖ୍ୟାରେ ରାମ ଭକ୍ତ ତଥା ମହିଳା, ପୁରୁଷ, ଯୁବକ ଓ ଯୁବତୀ ମାନେ ରାମ ନାମ ଜପ କରି ଭଜନ କୀର୍ତ୍ତନ ସହ ବରୀବ୍ଲକ ପରିକ୍ରମା କରି ବୌଦ୍ଧ ପୀଠ ରତ୍ନଗିରି ଦେଇ ଯଜ୍ଞ ନିକଟରେ ପହଞ୍ଚିଥିବାର ଦେଖିବାକୁ ମିଳିଛି। ଉକ୍ତ ଯଜ୍ଞ କାର୍ଯ୍ୟକ୍ରମରେ ଆଶୁତୋଷ ପରିଡ଼ା, ସୌଭାଗ୍ୟ ରଞ୍ଜନ ଦାସ, ସମୀର ରାଉତ, ଅଶୋକ କୁମାର ରାଉତ, ଅଶୋକ ଜେନା, ନୃସିଂହ ଶାନ୍ତି, ନିର୍ମଳ ସାମଲ, ଅଭୟ ପଲେଇ, ଭୈରବ ଜେନା, ରବୀନ୍ଦ୍ର ଜେନା, ଅଜୟ ନାୟକ, ଚିନ୍ମୟ ମହାନ୍ତି, ମନସ୍ମିତା ପରିଡ଼ା, କଳ୍ପନା ପଣ୍ଡା ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।