ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :- ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି ଓଏହି ଉପଲକ୍ଷେ ସକାଳେ ଗୋପବନ୍ଧୁ ଛକ ସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତୀରେ ଶ୍ରଧାସୁମନ ଅର୍ପଣ କରିଥିଲେ ଓଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଉତ୍କଳମଣି ଗୋପବନ୍ଧୁ ଥିଲେ ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଓ ରାଜନୀତି କ୍ଷେତ୍ରରେ ଓଡିଶାକୁ କଂଗ୍ରେସ ସହ ସାମିଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଓ ପ୍ରଥମ ସଭାପତି ଓ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟବାସିଙ୍କୁ ଅନୁରୋଧ କରିଥିଲେ ଓ
ଏହି ସମସ୍ତ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ,ସୁରେଶ କୁମାର ରାଉତରାୟ ,ଶିବାନନ୍ଦ ରାୟ ,କିଶୋର ଜେନା ,ମନୋରଞ୍ଜନ ଦାଶ ,ଜ୍ୟୋତିଷ ସାହୁ ,ପ୍ରଣତି ମିଶ୍ର ,ପ୍ରକାଶ ମିଶ୍ର ,ଲିଙ୍ଗରାଜ ସାହୁ ,ଦୀପକ ମହାପାତ୍ର ,ଜୟକୃଷ୍ଣ ସୁବୁଦ୍ଧି ,ସଂକୁନା କଂହର ,ଦେବେନ୍ଦ୍ର ପ୍ରାସାଦ ଦାଶ ,ଶ୍ରେୟାସ୍ମିତା ପଣ୍ଡା ,ମୁନି ଥାପ୍ପା ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତି ଶ୍ରଧାଞ୍ଜଳି ଜଣାଇଥିଲେ
Related Stories
November 14, 2024