ଦଶରଥପୁର(ରତ୍ନଗିରି ନ୍ୟୁଜ) : ସାମ୍ବାଦିକତା କରୁଥିବା ପ୍ରତ୍ୟକ ସାମ୍ବାଦିକ ସମାନ ସିଏ ପ୍ରତିଷ୍ଠିତ ସଂସ୍ଥାର ହେଉ କିମ୍ବା ସ୍ଵଳ୍ପ ପରିଚିତ ସଂସ୍ଥାର ହେଉ ଏଥିରେ ଦ୍ୱିମତ ନାହିଁ l ସବୁ ସମୟରେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟର ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟ କରୁଛି ଓ କରୁଥିବ ବୋଲି ଦଶରଥପୁର ବ୍ଲକ ମଙ୍ଗଳପୁର ବଜାରସ୍ଥିତ ଶକ୍ତି ମଣ୍ଡପ ଠାରେ ରବିବାର ଦିନ ଆୟୋଜିତ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ଯ ସଙ୍ଘ ସଭାପତି ବିଭୁତି ଭୂଷଣ କର ପ୍ରକାଶ କରିଛନ୍ତି l ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସାଭପତି ହରିହର ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସଭାପତି ବିଭୁତି ଭୂଷଣ କର, ମୁଖ୍ୟ ବକ୍ତାଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହରାଧନ ବାନାର୍ଜୀ, ସମ୍ମାନିତ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ଉପସଭାପତି ପ୍ରଦୀପ ତ୍ରିପାଠୀ, ରାଜ୍ୟ କୋଷାଧ୍ୟକ୍ଷ ରାଜନ ଚୌଧୁରୀ, ରାଜ୍ୟ ସମ୍ପାଦକ ବିଶ୍ବଜିତ ନାୟକ, ରାଜ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ, ଉପଦେଷ୍ଟା ବିଶ୍ବନାଥ ପଣ୍ଡା, ଯାଜପୁର ଜିଲ୍ଲାର ପୂର୍ବତନ ସାଧାରଣ ସମ୍ପାଦକ ତଥା ଜିଲ୍ଲା ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବିନାରାୟଣ କର, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ଦଶରଥପୁର ବ୍ଲକ ସଂଘର ସଭାପତି ଦେବେନ୍ଦ୍ର ସାମଲ, ଉତ୍କଳ ସାମ୍ବାଦିକ ସଂଘ ଦଶରଥପୁର ସମ୍ପାଦକ ଜୟପ୍ରକାଶ ନାୟକ, ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ସଂଗଠନ କୁ କିପରି ମଜଭୁତ କରାଯାଇ ପାରିବ ସେ ସମ୍ପର୍କରେ ସାରଗର୍ଭକ ମତାମତ ରଖିଥିଲେ l
ଏହାପରେ ଜିଲ୍ଲା ସଂଘ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା କାର୍ଯ୍ୟଖସଡ଼ା ସମ୍ପର୍କରେ ଆଲୋଚନା କରାଯିବା ସହ ନୂତନ ଜିଲ୍ଲା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଦଶରଥପୁର ସଂଘ ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ପିତବାସ ଭୂୟାଁ, କାର୍ଯ୍ୟକାରୀ ସଭାପତିଭାବେ ରଙ୍ଗବଲ୍ଲଭ ସାହୁ, ଦେବ୍ରତ ଦେବତା, ଲମ୍ବୋଧର ଦଳବେହେରା, ଉପସଭାପତି ଭାବେ ପବିତ୍ର ରଂଜନ ମହାନ୍ତି, ଜ୍ୟୋତି ରଂଜନ ମିଶ୍ର, ପ୍ରମୋଦ ଜେନା, ବାଞ୍ଛାନିଧ୍ଵ ସାହୁ, ପ୍ରଭୁଦ ମହାନ୍ତି, କପିଳେନ୍ଦ୍ର ରାଉତ, ସମ୍ପାଦକ ଭାବେ ଅଜୟ କୁମାର ଜେନା, ସୁଭାଶିଷ ରାଉତ, ରବିନ୍ଦ୍ର ସାମଲ, ସୁକର୍ଷ ରାଉତ, କ୍ଷୀରୋଦ ମୁଦୁଲି, ସଂଗଠନ ସମ୍ପାଦକ କଳ୍ପତରୁ ପଣ୍ଡା, ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବିନାରାୟଣ କର, କୋଷାଧ୍ୟକ୍ଷ ଭାବେ ସଂଜୟ କର, ସହସମ୍ପାଦକ ଭାବେ ପ୍ରତାପ କେଶରୀ ରାଉତରା, ମନୋଜ ରାଣା ଯାଜପୁର ପୌରପାଳିକା ସଂଯୋଜକ ଭାବେ ଭରତ ନାୟକ, ବ୍ୟାସନରଗର ପୌରପାଳିକାର ସଂଯୋଜକ ଭାବେ ଯଜ୍ଞଦ ତ୍ରିପାଠୀ, କୋରେଇ ବ୍ଲକ ସଂଯୋଜ ଭାବେ ଆସୁତୋଷ ମହାନ୍ତି, ସୁକିନ୍ଦା ବ୍ଲକ ସଂଯାଜକା ଭାବେ ଅସିତ ମହାନ୍ତି, ବିଞ୍ଝାରପୁର ବ୍ଲକର ସଂଯୋଜକ ଭାବେ ଜିତେନ୍ଦ୍ର ବେହେରା, ରସୁଲପୁର ସଂଯୋଜକ ଭାବେ ମନୋଜ କୁମାର ନାୟକ, ଯାଜପୁର ବ୍ଲକ ସଂଯୋଜକା ଭାବେ କୃଷ୍ଣ ଚନ୍ଦ୍ର ନାୟକ, ଦାନଗଦି ବ୍ଳକ ସଂଯୋଜକ ଭାବେ ସୁବାଶିଷ ଦାସ ମହାପାତ୍ର, ବଡ଼ଚଣା ବ୍ଲକର ସଂଯୋଜକ ଭାବେ ଗୁଲାବ ଆଲିଫ ପ୍ରମୁଖ ଙ୍କ ନାମ ଘୋଷଣା କରାଯାଇଥିଲା l ସେହିପରି ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବସର ପ୍ରାପ୍ତ ଡାକ୍ତର ଗୋପାଳ ଚନ୍ଦ୍ର ମିଶ୍ର, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିନ୍ଦୁସାଗର ସାମଲ, ଡାକ୍ତର ରାଜେନ୍ଦ୍ର ପୃଷ୍ଟି, ଡାକ୍ତର ଅମ୍ରିତା ପ୍ରିତିମ ମଲ୍ଲଙ୍କ ସହିତ ଡଲଫିନ ଡ୍ୟାନ୍ସ ଗ୍ରୁପ ଏଣ୍ଡ ସ୍କୁଲର ନିର୍ଦ୍ଦେଶକ ତଥା ସାମଜସେବୀ ମିହିର କୁମାର ମଲ୍ଲିକ, ଉଦ୍ୟୋଗପତି କୃଷ୍ଣ ଚନ୍ଦ୍ର ପୃଷ୍ଟି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲେଖକ ଶୁଭେନ୍ଦୁ କୁମାର ମହାପାତ୍ରଙ୍କୁ ଉତ୍କଳ ସାମ୍ବାଦିକ ସଂଘ ଦଶରଥପୁର ପକ୍ଷରୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସଭା କାର୍ଯ୍ୟ ଆରମ୍ଭରେ ଦଶରଥପୁର ସଂଘର ସମ୍ପାଦକ ଜୟ ପ୍ରକାଶ ନାୟକ ଅତିଥ୍ ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଘର ସଭାପତି ଦେବେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଦଶରଥପୁର ରୁ ସ୍ୱତନ୍ତ୍ର ପ୍ରତିନିଧିଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ