ଯାଜପୁର(ରତ୍ନଗିରି ନ୍ୟୁଜ)ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ହରିହର ସ୍ଵାଇଁଙ୍କ ସଭାପତିତ୍ବରେ ଯାଜପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ରାଜ୍ୟ ସମ୍ପାଦକ ବିଶ୍ବଜିତ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ କର ପ୍ରମୁଖ ଯୋଗ ଦେଇଥିଲେ । । ବୈଠକରେ ମୁଖ୍ୟତ ସାମ୍ବାଦିକ ସୁରକ୍ଷା ଆଇନ, ସାମ୍ବାଦିକ ମାନଙ୍କୁ ପେନସନ, ଅବସର କାଳିନ ଭତ୍ତା ପ୍ରଦାନ, ପ୍ରେସ ଏକାଡେମୀ ଗଠନ, ସ୍ଵାସ୍ଥ୍ୟବୀମାକୁ ୨ ଲକ୍ଷରୁ ୧୦ଲକ୍ଷକୁ ବୃଦ୍ଧି କରିବା ଉପରେ ଆଲୋଚନା କରିବା ସହ ଏଥିନେଇ ଖୁବଶୀଘ୍ର ପୁନଃରାୟ ରାଜ୍ୟସରକାରଙ୍କ ନିକଟରେ ଦାବି କରାଯିବାକୁ ବୈଠକରେ ନିଷ୍ପତି ହୋଇଥିଲା ।
ସେହିପରି ରାଜ୍ୟରେ ୧୯୪୫ ମସିହାରୁ ପ୍ରତିଷ୍ଠା ହୋଇଥିବା ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଙ୍ଘ ଉପରେ ଭରଷା ପ୍ରକଟ କରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପ୍ରେସ ଫୋରମର ସଭ୍ୟ ମନୋଜ ପୃଷ୍ଟି, ଦେବେନ୍ଦ୍ର ସାମଲ, ଜୟପ୍ରକାଶ ନାୟକ, ପ୍ରତାପ ମଲ୍ଲିକ, ସତ୍ୟରଞ୍ଜନ ସାହୁ, ଜ୍ୟୋତିପ୍ରକାଶ ମିଶ୍ର, ସୀତାଂଶୁ
ଶେଖର ଯେନା, ବିଜୟ କୁମାର ରାଉତ, ମନୋରଞ୍ଜନ ମଲ୍ଲିକ, ପ୍ରକାଶ କୁମାର ସାହୁ, ସଞ୍ଜୟ ରାୟ, ସୁରେଶ କୁମାର ସେଠି ପ୍ରମୁଖ ଉତ୍କଳ ସାମ୍ବାଦିକ ସଂଘରେ ଯୋଗ ଦେଇଥିଲେ । ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଦଶରଥପୁର ପ୍ରେସ ଫୋରମର ନୂତନ ଭାବେ ମିଶିଥିବା ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଯାଜପୁର ରୁ ସ୍ଵତନ୍ତ୍ର ପ୍ରତିନିଧିଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ