ବରୀ(ରତ୍ନଗିରି ନ୍ୟୂଜ) ୧୮l୧: ଗତ କାଲି ବରୀ ଥାନା ଅଧିନସ୍ଥ ମାଳସାହି ଗ୍ରାମର ମନୋରଞ୍ଜନ ମଲିକ ନାମକ ଜୈନେକ ନା ବାଳକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ l ଆହତ ନା ବାଳକକୁ ପରିବାର ପକ୍ଷରୁ ପ୍ରଥମେ ରତ୍ନଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ଵରୀରେ ପହଞ୍ଚିବା ଖବର ପାଇ ବରୀ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ରାଜନେତା ଓ ଆମ୍ବେଦକର ବିକାଶ ପରିଷଦର କର୍ମକର୍ତାମାନେ ବରୀ ତହସିଲ ସମ୍ମୁଖ ରାସ୍ତା ଉପରେ ମୃତ ଯୁବକଙ୍କ ଶବ ରଖି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ l
ଖବରପାଇ ବରୀ ଥାନା ଅଧିକାରୀମନୋଜ କୁମାର ସ୍ୱାଇଁ, ଭାରପ୍ରାପ୍ତ ତହସିଲଦାର ମନୋଜ କୁମାର ମାଝୀ, ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ, ବରୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୋକ କରଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ ଏହି ଘଟଣାରେ ରାସ୍ତାରୋକ କରିଥିବା ଲୋକମାନେ ମୃତକଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ପରିବାରରୁ ଜଣଙ୍କୁ ସ୍ଥାୟୀ ଚାକିରୀ ଏବଂ ବିଦୂତ ସେକ୍ସନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଭାବେ ଅଭିଯୋଗ କରିଥିଲେ l
ପରବର୍ତୀ ଅବସ୍ଥାରେ ରାସ୍ତା ଅବରୋଧ ଯୋଗୁଯାତାୟତ ବାଧାପ୍ରାପ୍ତ ହେବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଘଟଣାକୁନେଇ ରାସ୍ତାରୋକ କରିଥିବା ଲୋକମାନଙ୍କ ପରାମର୍ଶ କ୍ରମେ ଏକ କମିଟି ଗଠନ କରାଯାଇଥିଲା ଏହି କମିଟିରେ ମୃତକ ପରିବାର ସମେତ ଆମ୍ବେଦକର ବିକାଶ ପରିଷଦର କର୍ମକର୍ତା, ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା ପରେ ରାସ୍ତାରୋକ ହଟି ଥିଲା l ଆଲୋଚନା ଅନୁଯାୟୀ ଯୋଗ୍ୟତା ଭିତିରେ ବିଦ୍ୟୁତ ବିଭାଗରେ ନିଯୁକ୍ତି ଦିଆଯିବା, ବିଦ୍ୟୁତ ବିଭାଗ ତରଫରୁ ଚାଳିଶ ହଜାର ଟଙ୍କା, ରେଡ଼କ୍ରସ ପକ୍ଷରୁ କୋଡିଏ ହଜାର ଟଙ୍କା ଓ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା l