ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) ୨୩/୦୫: ଆସନ୍ତା ୩୧ ତାରିଖ ଦିନ ବ୍ରଜରାଜନଗର ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମୋଦି ସରକାରଙ୍କ ଜନକଲ୍ୟାଣ ଓ ଶାସକ ବିଜେଡିର ଜନବିରୋଧୀ ଆଭିମୁଖ୍ୟକୁ ନେଇ ଭାରତୀୟ ଜନତା ପାର୍ଟୀ ସାଧାରଣ ଭୋଟର ପାଖକୁ ଯାଉଛି । ପ୍ରଚାର କାର୍ଯ୍ୟକୁ ଅଧିକ ଶାଣିତ କରିବା ପାଇଁ ପାର୍ଟିର ବହୁ ବରିଷ୍ଠ ମନ୍ତ୍ରୀ ଏବଂ ନେତାମାନେ ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି । ଗତ ଦୁଇ ଦିନ ହେଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ବ୍ରଜରାଜନନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରି ଦଳୀୟ ପ୍ରାର୍ଥିନୀ ଶ୍ରମତୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରି ପ୍ରଚାର କାର୍ଯ୍ୟ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ସୁଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତା କାଲି ଲଖନପୁର ବ୍ଲକର ଡୁନଡୁନ ଗ୍ରାମରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚାରପାଲି, କୁମାରବନ୍ଦ, ଡାଲଗାଁ, ବନ୍ଧବାହାଲ, ଅଧାପଡା, ବଗମୁଣ୍ଡା, କଦମଡିହି, ଜାମଗାଁ, କନକତୁରା ଦେଇ ବେଲପାହାଡ ମ୍ୟୁନିସିପାଲିଟିରେ ପ୍ରଚାର କରିବେ । ସଂଧ୍ୟାରେ ଶ୍ରୀ ପ୍ରଧାନ ବ୍ରଜରାଜନଗର ମ୍ୟୁନିସିପାଲିଟିରେ ଅନୁଷ୍ଠିତ ହେବାକୁ ଥିବା ରୋଡ ସୋ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି ।
Related Stories
December 9, 2024
December 1, 2024