ନୂଆଦିଲ୍ଲୀ/ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) :- ଟୋକିଓରେ ପାରାଲିମ୍ପିକ୍ସ ବ୍ୟାଡ଼ମିଂଟନ
ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତଙ୍କୁ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ
ସରକାରୀ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଟୋକିଓରେ ପାରାଲିମ୍ପିକ୍ସରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ
କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ନିଜ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ
ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲି ।
ଟୋକିଓରେ ପ୍ରମୋଦ ଭଗତଙ୍କ ସମେତ ଆମର ପାରା-ଅଲିମ୍ପିଆନଙ୍କ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା
ଦେଇଛି । ଏହି ସଫଳତା ଆମ ଦେଶ ବିଶେଷ ଭାବରେ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି
ଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଶନିବାର ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ପାଇବା ପରେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ ତାଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ । ବିଶ୍ୱ
ଚାମ୍ପିୟନ ଏବଂ ଦେଶର ସର୍ବୋତମ ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆମେ ସମସ୍ତେ
ଗର୍ବିତ । ପାରାଲିମ୍ପିକ୍ସରେ ତାଙ୍କର ସ୍ୱର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନୀ ଯୁବ ସମାଜକୁ ପ୍ରେରଣା ଯୋଗାଇବ ।
Related Stories
November 14, 2024