ବରୀ,(ନି ପ୍ର ): ରବିବାର ଦିନ କେନ୍ଦ୍ର ହରିଜନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବରୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି l ସେ ଵରୀରେ ପହଞ୍ଚିବା ପରେ ବରୀ ବିଜେପି ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ବରୀ ଅଞ୍ଚଳର ଐତିହ୍ୟ ଭାବେ ପରିଚିତ ମାତୃମଙ୍ଗଳ କେନ୍ଦ୍ର, ରମାଦେବୀ ଗୋପବନ୍ଧୁ ଆଶ୍ରମ, ପରିଦର୍ଶନ କରିବାପରେ ରାମପୁର ଠାରେ ଦଳୀୟ କର୍ମୀଙ୍କ ସହିତ ଏକ ବୈଠକ କରିଥିଲେ l ପରେ ୧୯୪୨ ମସିହା ଅଗଷ୍ଟ ୨୬ ତାରିଖ କଳାମାଟିଆ ଠାରେ ସହିଦ ହୋଇଥିବା ମାୟାଧର ଭୂୟାଁଙ୍କ ଘରେ ମଧ୍ୟାନ ଭୋଜନ କରିବା ପରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ସେଠାରୁ ଫେରି ବୌଦ୍ଧ ପୀଠ ରତ୍ନଗିରି ପରିଦର୍ଶନ ଅବସରରେ ଏହି କୀର୍ତି ରାଜିର ଉନ୍ନତି କରଣ ପାଇଁ କଣ ଆବଶ୍ୟକତା ରହିଛି ସେ କ୍ଷେତ୍ରରେ ବୌଦ୍ଧ ପୀଠର କର୍ମଚାରୀ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ l ଏତଦ ବ୍ୟତୀତ ବରୀ ବିଜେପି ନେତା ଉମେଶ ଜେନାଙ୍କ ବାସଭବନ ପରିସରରେ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଗଣ ମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ବୁଦ୍ଧିଜୀବୀ ମାନେ ବରୀ ଅଞ୍ଚଳର ସମସ୍ୟା ଉପରେ ଆଲୋକପାତ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ତରଫରୁ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ କ୍ଷେତ୍ରରେ ଆସୁଥିବା ବ୍ୟାପକ ପରିମାଣରେ ଅର୍ଥ ଯୋଗୁ ସମ୍ଭବ ହୋଇ ପାରୁଛି ବୋଲି ମତ ରଖିଥିଲେ l ବୁଦ୍ଧିଜୀବୀ କୁଳମଣି ଶୁକ୍ଳ, କର୍ଣ ଚନ୍ଦ୍ର ଘଡ଼ାଇ,ଡ଼ ନୃସିଂହ ଚରଣ ବେହେରା ଯୁବ ସମାଜ ସେବୀ ତରୁଣ କୁମାର ଦାସ ପ୍ରମୁଖ ବରୀ ଅଞ୍ଚଳର ଶିକ୍ଷା ସ୍ୱାସ୍ଥ୍ୟ ଓ କୃଷି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବାକୁ ମତ ଉପସ୍ଥାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ,ଆଶୁତୋଷ ପରିଡ଼ା, ସାରଦା ନାୟକ, ଉମେଶ ଜେନା, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l କିନ୍ତୁ ଜିଲ୍ଲା ବିଜେପି ସମ୍ପାଦକ ସୁରଜ ଲାଲ ସାମଲଙ୍କ ଜନ୍ମସ୍ଥାନ ବରୀ ହୋଇଥିବା ବେଳେ ତାଙ୍କୁ ଦେଖିବାକୁ ମିଳି ନଥିଲା l ମାନ୍ୟବର କେନ୍ଦ୍ର ମନ୍ତ୍ର ଶ୍ରୀ ମୁଣ୍ଡାଙ୍କ ବରୀ ଗସ୍ତ ଯୋଗୁ ବରୀ ବିଜେପି ମହଲରେ ଉତ୍ସହ ପରିଲକ୍ଷିତ ହୋଇଛି l ଅପରପକ୍ଷରେ ଯାଜପୁର ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଅମରେଶ ପରିଡାଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯିବାକୁ ଉଦ୍ୟମ କରାଯିବା ବେଳେ ଦଳୀୟ କର୍ମୀ ଓ ପୋଲିସ ପ୍ରଶାସନର ଉଦ୍ୟମ ଯୋଗୁ ଏହା ସଫଳ ହୋଇ ପାରି ନଥିଲା l