ମାହାଙ୍ଗା (ରତ୍ନଗିରି ନ୍ୟୁଜ) :କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ପଂଚାୟତ ରେ ଥିବା ଘୁଷୁରୀ ପଡିଆ ଠାରେ ନିର୍ମାଣ କରାଯାଉ ଥିବା କଲ୍ୟାଣ ମଣ୍ଡପ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ଆଜକୁ ଦୁଇ ମାସରୁ ଉର୍ଦ୍ଧ ସମୟ ହେବ ଏହି ମଣ୍ଡପର ଛାତ କାର୍ଯ୍ୟ କରାଇଥିବା ବେଳେ ସୋମବାର ଦିନ ଗ୍ରୀଡିଙ୍ଗ କରାଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ହେଲେ ସମ୍ପୃକ୍ତ ଠିକାଦାର କାମ କରୁଛନ୍ତି ! ଏଠାରେ ଉପସ୍ଥିତ ବିଭାଗୀୟ je ଥିବା ବେଳେ କାହିଁକି ଏବେ ଗ୍ରୀଡିଙ୍ଗ କରାଯାଉଛି ଓ ୱାଟର ସାନିଟାରି କରା ନ ଯାଇ ପାଞ୍ଚ ଲକ୍ଷ ଟଙ୍କାର ବିଲ କରାଯାଇଛି ପଚାରିବାରୁ କିଛି ନ କହି ସେଠାରୁ ପଳାଇ ଆସିବାକୁ ଉଦ୍ୟମ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ପହଂଚି ତାଙ୍କୁ ଏ ସମ୍ପର୍କରେ ପଚାରି ଥିଲେ ମଧ୍ୟ ସେ କିଛି କହି ନ ଥିଲେ କେବଳ କାମ ବନ୍ଦ ପାଇଁ କହିଥିଲେ l ତେବେ ସମ୍ପୃକ୍ତ ଠିକାଦାର ଖାତିର ନ କରି କାମ ଚାଲୁ ରଖିଛନ୍ତି ! ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଛାତ ପଡିବା ପରେ ଛାତରୁ ପାଣି ଗଳୁ ଥିବା ଅଭିଯୋଗ କରିଥିଲେ ! ବର୍ତମାନ ଯେଉଁ ଭଳି ଭାବେ ନିମ୍ନମାନର କାମ ହେଉଛି ତାହାକୁ ଦେଖିଲେ କଲ୍ୟାଣ ମଣ୍ଡପର ସ୍ଥାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ! ତେବେ ଏହା ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟାକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି l
Related Stories
October 2, 2024