ବରୀ(ରତ୍ନଗିରି ନ୍ୟୁଜ) : ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି l ମୃତକ ଦ୍ୱୟ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତଙ୍କ ଶରତ ମିଶ୍ରଙ୍କ ଏକମାତ୍ର ପୁଅ ସୁନୀଲ ମିଶ୍ର ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା ବୋଲି ଜଣାପଡ଼ଛି l ଆଜି ସକାଳେ ସୁନୀଲ, ଜିତେନ୍ଦ୍ର ଓ ମଙ୍ଗୁଳି ସାହୁଙ୍କ ପୁଅ ସଞ୍ଜୟ ଏକାଠି ହୋଇ ବ୍ରାହ୍ମଣୀ ନଦୀର ଶଙ୍କରlକୁଳ ନିକଟରେ ନଦୀରେ ପହଁରl ଶିଖିଥିଲେ l ଏହି ସମୟରେ ମଙ୍ଗୁଳି ସାହୁ ଙ୍କ ପୁଅ ସଞ୍ଜୟ ବୁଡି ଯାଉଥିବା ଦେଖି ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ l ପରେ ଅନ୍ୟ ଦୁଇଜଣ ନଦୀରେ ବୁଡି ଯାଇଥିବା ନେଇ ସଞ୍ଜୟଙ୍କ ଠାରୁ ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ l ଦୀର୍ଘ ସମୟ ଖୋଜିବା ପରେ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରଯାଇଥିଲା l ତେବେ ବରୀ ଦମକଳ କେନ୍ଦ୍ର ଘଟଣା ସ୍ଥଳ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ହୋଇଥିଲେ ବି ଘଟଣା ସ୍ଥଳରେ ଦେଢ ଘଣ୍ଟା ବିଳମ୍ବରେ ପହଂଚି ଥିଲା l ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା l ଅଗ୍ନିସମ ବାହିନୀ ପହଁଞ୍ଚିବା ବେଳକୁ କାଳନ୍ଦୀ ପଣ୍ଡା ଙ୍କ ପୁଅକୁ ସ୍ଥାନୀୟ ଲୋକେ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ l ପରେ ଶରତ ମିଶ୍ରଙ୍କ ପୁଅକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନୀସମ ବାହିନୀ ଉଦ୍ଧାର କରି ଥିଲା l ଉଦ୍ଧାର ସମୟରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି l ଆଇନ ଶୃଙ୍ଖଳା ପାଇଁ ବରୀ ପୋଲିସ ଉପସ୍ଥିତି ରହିବା ସହ ଉଦ୍ଧାର କରାଯାଇଥିବା ମୃତ ଯୁବକଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି l ଦୁଇ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l
Related Stories
December 1, 2024