ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରି ବନ୍ଧା ହେଲେ ଦୁଇ ଯୁବକ

ବରୀ,୧୦l୧(ରତ୍ନଗିରି ନ୍ୟୁଜ) : ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଗୋପବଂଧୁ ଚୌଧୁରୀ ମହାବିଦ୍ୟାଳୟରୁ ଦୁଇଜଣ ଛାତ୍ରୀ ଫେରୁଥିବା ବେଳେ ବରୀ ଅରଙ୍ଗାବାଦକୁ ସଂଲଗ୍ନ କରୁଥିବା ରାସ୍ତା ଉପରେ ଦୁଇଜଣ ଛାତ୍ରୀଙ୍କୁ ଦୁବୃତ୍ତ ଆକ୍ରମଣ କରିବା ସହିତ ସେମାନଙ୍କୁ ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ସେହି ଘଟଣାକୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କରିଥିଲେ ଆଜି ଆକ୍ରମଣର ଶିକାର ହୋଇଥିବା ଛାତ୍ରୀଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ବରୀ ପୋଲିସ ୧୦/୨୦୨୫ରେ ଏକ ମାମଲା ରୁଜୁ କରିବା ସହ ବରି ଦରଘା ଅଞ୍ଚଳର ପ୍ରସଂଜିତ ସେଠି ଓ ଅରଙ୍ଗାବାଦ ଗ୍ରାମର ସତ୍ୟରଂଜନ ଯେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି। ଆଗାମୀ ଦିନରେ ଯଦି କୌଣସି ବ୍ୟକ୍ତି ବେଆଇନ କାର୍ଯ୍ୟକରି ଆଇନ ଶୃଙ୍ଖଳା ଭଙ୍ଗ କରନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂତନ କରି ଯୋଗ ଦେଇଥିବା ଥାନା ଅଧିକାରୀଣୀ ଜ୍ୟୋତିର୍ମୟୀ ସେଠି ପ୍ରକାଶ କରିଛନ୍ତି।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *