ବାଲିଗୁଡା:(ରତ୍ନଗିରି ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଭାରତ ଫାଇନାନ୍ସ ଇନ୍କ୍ଲୁଜନ ଲିମିଟେଡ଼୍ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଆଦାୟ କରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର ଶାଖା ପରିଚାଳକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କର୍ମଚାରୀ ଦ୍ବୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା। ସଂସ୍ଥାର ଶାଖା ପରିଚାଳକ ନୟାଗଡ଼ ଜିଲ୍ଲା ଶରଣକୁଳ ଗ୍ରାମର ଋଷିକେଶ ରାଉତ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟିକାବାଲି ପୁଲିସ କେଶ ନଂ. ୧୧୧/୨୩ ରେ ରୁଜୁ କରି ତଦନ୍ତ ଚଲାଇଥିବା ବିଷୟ ଥାନା ଅଧିକାରୀ କଲ୍ୟାଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି। ଅନ୍ୟପଟେ ଋଣଧାରୀମାନେ ଉକ୍ତ ଫାଇନାନ୍ସ ସଂସ୍ଥାକୁ ଆସି ରସିଦ ଦେଖାଇ ଋଣ ପରିଶୋଧ କରିଥିବା ନେଇ ଶାଖା ପରିଚାଳକଙ୍କୁ ଜଣାଇଛନ୍ତି।
Related Stories
December 1, 2024
November 25, 2024