ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ)୦୭/୦୨: ଶନିବାର ଦିନ ୧୦ଟା ସମୟରେ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳର ଏକ ଖବରକାଗଜ ସାମ୍ବାଦିକ ରୋହିତ ବିଶ୍ୱାଳ ଦୁଲେନ ଠାରେ ରାସ୍ତା ପାର୍ଶ୍ଵ ଗଛରେ ମାଓବାଦୀମାନେ ପୋଷ୍ଟର ମାରିଥିବା ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ।ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ରବିବାର ଉତ୍କଳ ସାମ୍ବାଦିକ ସଂଘ ଓ ଭଞ୍ଜନଗର ପୋଲିସ ମିଳିତ ଭାବେ ଏକ ଶୋକ ସଭାର ଆୟୋଜନ କରିଥିଲେ।ଏଥିରେ ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଖବର ସଂଗ୍ରହ ପାଇଁ ସାମ୍ବାଦିକ ମାନେ ଦିନରାତି କଠିନ ପରିଶ୍ରମ କରି ସମାଜର କଲ୍ୟାଣ ପାଇଁ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ବାସ୍ତବରେ ନିନ୍ଦନୀୟ ବୋଲି ଥାନା ଅଧିକାରୀ ଧିରେସ କୁମାର ଦାସ କହିଥିଲେ। ସେହିପରି ଯେକୌଣସି ପରିସ୍ଥିତିରେ ଖବର ସଂଗ୍ରହ ପାଇଁ ଅନେକ ସାମ୍ବାଦିକଙ୍କୁ ବଳିଦାନ ଦେବାକୁ ପଡୁଛି ୟୁଜେଏ ପକ୍ଷରୁ କୁହାଯାଇଥଲା l
ରିପୋର୍ଟ : ରଞ୍ଜିତ କୁମାର ପୋଲାଇ, ହିଞ୍ଜିଳିକାଟୁ