ବରୀ(ରତ୍ନଗିରି ନ୍ୟୁଜ) :-ସମାଜ ଓ ପ୍ରକୃତିକୁ ଭଲ ପାଉଥିବା ଜଣେ ନିଆରା ମଣିଷ ଥିଲେ ବିନୟ କୁମାର ସାମଲ । ସାରା ଜୀବନ କେବଳ ବୃକ୍ଷ ରୋପଣ ସହିତ ପଶୁପକ୍ଷୀଙ୍କ ସେବାରେ ତାଙ୍କର ଜୀବନ ବିତିଥିଲା । କଟକ ରେଭିନିୟୁ ବୋର୍ଡରେ ଚାକିରୀ କରିଥିଲେ ମଧ୍ୟ ତାଙ୍କର ଅନ୍ୟତମ କର୍ମଭୂମୀ ବାଲିଆରେ ସଦା ସର୍ବଦା ସାମାଜିକ କର୍ମରେ ବ୍ରତୀଥିଲେ । ଦରିଦ୍ର ନାରାୟଣଙ୍କ ସେବା ତାଙ୍କ ଜୀବନର ପରମ ଆଦର୍ଶଥିଲା । ସେ କୈାଣସି ମଠ ମନ୍ଦିର କୁ ଯିବା ଅପେକ୍ଷା ନିସ୍ୱ ଜନତାର ସେବାକୁ ଅଧିକ ଗୁରୁତ୍ୱ ଦେବା ସହିତ ତାହା ହିଁ ଈଶ୍ୱରଙ୍କ ସେବା ବୋଲି ଗ୍ରହଣ କରୁଥିଲେ । ଅତ୍ୟନ୍ତ ଆତିଥ୍ୟ ପ୍ରିୟ ମଣିଷ ସ୍ୱର୍ଗତ ବିନୟ ସାମଲ । ତାଙ୍କର ବିୟୋଗର ଦ୍ୱାଦଶ ଦିବସରେ ଗତ କାଲି କର୍ମଭୂମୀ ଅଭିମନ୍ୟୁ ବାଲିଆ ସ୍ଥିତ ମାଆ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଆହୁତ କରା ଯାଇଥିଲା । ଭାଗବତ ପାଠ , ପ୍ରଦିପ ପ୍ରଜ୍ଜଳନ ପରେ ବାନାମ୍ବର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଶିକ୍ଷାବିତ୍ ଗୋପବନ୍ଧୁ ଦାସ ସଂଚାଳନ କରିଥିଲେ । ଶିକ୍ଷାବିତ କର୍ଣ୍ଣ ଚନ୍ଦ୍ର ଘଡାଇ, କପିଳ ଚନ୍ଦ୍ର ସାମଲ, ମକର ଚରଣ ଘଡାଇ, ନଟବର ଜେନା, ଶିକ୍ଷୟିତ୍ରୀ କାଂଚନବାଳା ଜେନା, ସମାଜ ସେବିକା ମେନକା ସାମଲ, ଗାୟକ ଗୁନ ଚରଣ ନାୟକ, ଦୁଖିରାମ ଜେନା, ଶିକ୍ଷାବିତ୍ ପ୍ରଭାକର ଜେନା,ଚତୁର୍ଭୁଜ ଜେନା, ଯୁବ ସମାଜସେବୀ ବସନ୍ତ କୁମାର ଜେନା, ଚନ୍ଦ୍ରକାନ୍ତ ଜେନା, ସତ୍ୟବାଦୀ ଜେନା,ସୁବଳ ଚରଣ ବଳ, ଯୁବ ସଂଗଠକ ପ୍ରତିରଂଜନ ସାହୁ, ଚନ୍ଦ୍ରକାନ୍ତ ଜେନା, ସମ୍ଭୁନାଥ ରାୟ, କରୁଣାକର ଜେନା,ଶୁକାନ୍ତ କୁମାର ଜେନା, ଉମେଶ ଚନ୍ଦ୍ର ଦାସ,ରଶ୍ମୀ ରଂଜନ ଜେନା ,ଶରତ କୁମାର ଜେନା ପ୍ରଭୃତି ବହୁ ଶ୍ରଦ୍ଧାଳୁ ଯୋଗଦାନ କରି ନିଜର ଶ୍ରଦ୍ଧାଞ୍ଜଲି ବାଢିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କୃଷକ ନେତୃତ୍ୱ ନିମାଇଁ ରାୟ ପରିଚାଲନା କରିଥିଲେ । ଅକ୍ଷୟ କୁମାର ପାଢୀ ଗୀତାପାଠ କରିଥିଲେ ।
Related Stories
November 3, 2024
November 3, 2024