ଧାମନଗର/ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) ୨୯/୧୦: ଧାମନଗରରେ ବର୍ତମାନ ଶାସକ ଦଳର ଅନେକ ବାହାର ଜିଲ୍ଲାର ନେତାମାନେ
ଆଡ୍ଡା ଜମାଇ ନିର୍ବାଚନ ପରିଚାଳନା କରୁଛନ୍ତି । ସେମାନଙ୍କର ପ୍ରରୋଚନାରେ ଧାମନଗରରେ ବର୍ତମାନ ଯାବତୀୟ ବେନିୟମ
କରାଯାଉଛି ଶାସକ ଦଳ ଦ୍ୱାରା । ଭଦ୍ରକର ପାଖ ଜିଲ୍ଲା ଯାଜପୁରର ଶାସକ ଦଳର ନେତାମାନଙ୍କ ଦ୍ୱାରା ଧାମନଗରରେ
ଉପନିର୍ବାଚନ ସମୟରେ ବୁଥ ଜବର ଦଖଲ, ଭୋଟରଙ୍କୁ ଭୟ ଦେଖାଇବା, ନିର୍ବାଚନ ପୂର୍ବ ଦିନ ଟଙ୍କା ବଂଟାଯିବା ଭଳି
ଜଘନ୍ୟ ବେଆଇନ କରାଯିବାର ଆଶଙ୍କା ରହିଛି । ତେଣୁ ମତଦାନର ତିନି ଦିନ ପୂର୍ବରୁ ଯାଜପୁର-ଭଦ୍ରକ ଜିଲ୍ଲାର ସୀମାକୁ
କେନ୍ଦ୍ରୀୟ ସୁରକ୍ଷା ବାହିନୀ ଦ୍ୱାରା ସିଲ କରିବା ସହିତ ଅନ୍ୟ ସ୍ଥାନମାନଙ୍କର ଯାଂଚକୁ କଡା କଡି କରିବା ପାଇଁ ଆଜି ଜିଲ୍ଲା
ନିର୍ବାଚନ ଅଧିକାରୀ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛି ଭାରତୀୟ ଜନତା ପାର୍ଟି ।
ଦଳ ପକ୍ଷରୁ ଦାବି ପତ୍ରରେ କୁହାଯାଇଛି ଯେ, ଗତ ପଂଚାୟତ ନିର୍ବାଚନ ସମୟରେ ପଧାନୀ ପଂଚାୟତ ସହିତ ଅନେକ
ପଂଚାୟତରେ ଯାଜପୁର ଅଂଚଳର ଶାସକ ଦଳର ଗୁଣ୍ଡାମାନେ ଆତଙ୍କରାଜ କରିଥିଲେ । ସେମାନେ ବୁଥ ଜବର ଦଖଲରୁ ନେଇ
ଭୋଟରଙ୍କୁ ଧମକାଇବା ଭଳି ଅତ୍ୟନ୍ତ ବେଆଇନ କାମ କରିଥିଲେ । ଚଳିତ ଉପନିର୍ବାଚନରେ ମଧ୍ୟ ଶାସକ ଦଳ ପକ୍ଷରୁ
ସେଭଳି କରାଯିବାର ଆଶଙ୍କା ରହିଛି । ତେଣୁ ମୁକ୍ତ, ନିରପକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଏବେ
ଠାରୁ ପଦକ୍ଷେପ ନିଅନ୍ତୁ । ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ,
ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଉପସ୍ଥିତ ଥିଲେ ।
Related Stories
November 9, 2024
November 9, 2024