ଯାଜପୁର(ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଂଚାୟତ ଇଚ୍ଛାପୁର ଗ୍ରାମରେ ସ୍ଥାନୀୟ ଯୁବକ ମାନଙ୍କ ପ୍ରଚେଷ୍ଟାରେ ପୁନଶ୍ଚ ମେଳଣ ପର୍ବ ଅନୁଷ୍ଟିତ ହୋଇଯାଇଛି ।
ବହୁ ବର୍ଷ ଧରି ବନ୍ଦ ହୋଇଯାଇଥିବା ଏହି ଅନନ୍ୟ ପର୍ବ ପୁଣିଥରେ ହୋଇଥିବାରୁ ସ୍ଥାନୀୟ ଲୋକେ ବେଶ ଖୁସି ହୋଇଥିବା ଜଣାପଡିଛି।
ଏହି ମେଳଣ ସନ୍ଧ୍ୟା ୬ ଘଟିକାରୁ ଆରମ୍ଭ ହୋଇ ରାତ୍ର ପର୍ଯ୍ୟନ୍ତ ବେଶ ଶାନ୍ତିଶୃଙ୍ଖଳା ସହ ଚାଲିଥିବା ଓ ଏଠାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ଶୃଂଖଳିତ ଆଚରଣ ମନ ମୋହିଥିଲା।
ଇଚ୍ଛାପୁର ଗ୍ରାମର ରାଧାମାଧାବ ଥାନପତି ଭାବେ ଆସିଥିବା ବେଳେ ଶଙ୍କାରକୁଳ ଗ୍ରାମ , ଗୋବିନ୍ଦାବାଟି , ସାରଙ୍ଗପୁର , ଜଳେଶ୍ବରବ୍ରହ୍ମପୁର ର ମଦନ ମୋହନ , ମାଳଦା , ବାଇଁଶିରିଆ ଗ୍ରାମରୁ ରାଧାମାଧାବ ଙ୍କ ସୁସଜିତ ବିମାନ ଙ୍କୁ ଭଜନ ,ଜଣାଣ ସଂକୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯାଇଥିଲା ।
ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ବିଭୁକୃପା ଲାଭ କରିଥିଲେ ।
Related Stories
December 1, 2024
November 25, 2024