ଆପଣ ପୁରୁଣା ନୋଟ୍ ଓ ପୁରୁଣା ମୁଦ୍ରାସଂଗ୍ରହ କରିବାକୁ ସୌଖିନ, ତେବେ କିଛି ଟଙ୍କା ରାତାରାତି ଆପଣଙ୍କ ଭାଗ୍ୟକୁ ଚମକାଇଦେଇପାରେ । ପ୍ରାୟତଃ ଟଙ୍କା ନେଣଦେଣ କରୁଥିବାବେଳେ ଆମେ ଏହି ବିଷୟକୁ ଧ୍ୟାନ ଦେଇନଥାଉ ଯେ ଯେଉଁ ନୋଟ୍ ଆମ ହାତ ଦେଇ ଯାଉଛି, ସେହି ନୋଟ୍ କେତେ ମୂଲ୍ୟବାନ ହୋଇପାରେ । କିନ୍ତୁ ଏହା ସତ୍ୟ ଯେ ଅନେକ ପୁରୁଣା ନୋଟଗୁଡିକର ମୂଲ୍ୟ ବର୍ଷ ବର୍ଷ ପରେ ବଢିଯାଇଥାଏ । ଅର୍ଥାତ ଏହି ପୁରୁଣା ନୋଟଗୁଡ଼ିକ ବଜାରରେ ଲକ୍ଷ ଲକ୍ଷ ଟଙ୍କାର ମଧ୍ୟ ବିକ୍ରି ହୁଏ ।
କିଛି ୱେବସାଇଟ୍ ଆପଣଙ୍କୁ ୨୦ ଟଙ୍କା ନୋଟ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇପାରନ୍ତି । ଏପରି ହିଁ ଏକ ୨୦ ଟଙ୍କା ନୋଟ୍ ଅଛି ଯାହାର ସିରିଜ ଉପରେ ଲକି ନମ୍ବର 786 ଲେଖାହୋଇଛି । ଏହି ନୋଟ୍ ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ହୋଇପାରେ । ଏକ ୱେବସାଇଟରେ ଏହି ୨୦ ଟଙ୍କିଆ ନୋଟର ମୂଲ୍ୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି।
ଭାରତରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଲକି ନମ୍ବର ଏବଂ ବିରଳ କଲେକ୍ସନ୍ ନୋଟ୍ କିଣିବାକୁ ଭଲ ପାଆନ୍ତି । ଏହିପରି ଅନେକ ଲୋକ ଏହି ଭାଗ୍ୟଶାଳୀ ଚମତ୍କାର ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହାର ଫଳ ସ୍ୱରୂପ, ଅନଲାଇନ୍ ବଜାରରେ ପୁରୁଣା ନୋଟ ଗୁଡ଼ିକର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ।
ଆପଣ ଅନେକ ଲୋକଙ୍କୁ ପାଇବେ ଯେଉଁମାନେ 786 ଅଙ୍କ ବିଶିଷ୍ଟ ନୋଟ୍ ଖୋଜୁଛନ୍ତି । ଅନେକ ଲୋକ ଏହି ସଂଖ୍ୟାକୁ ଶୁଭ ବୋଲି ମନେ କରନ୍ତି । ଯଦି ଆପଣଙ୍କ ପାଖରେ ଏପରି ଏକ ନୋଟ୍ ଅଛି ଯାହାର ଏହି ସଂଖ୍ୟା ଅଛି, ତେବେ ଆପଣ ଏହାକୁ ଅନଲାଇନରେ ବିକ୍ରି କରି ଘରେ ବସି ହଜାର ହଜାର ଟଙ୍କା ରୋଜଗାର କରିପାରିବେ ।
ଏଥି ସହିତ ୧୯୪୩ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ସି ଡି ଦେଶମୁଖଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ୧୦ ଟଙ୍କାର ଏକ ନୋଟରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରେ । ପୁରୁଣା ୨ ଟଙ୍କା ନୋଟ୍ ପାଇଁ ମଧ୍ୟ ବହୁତ ଚାହିଦା ଅଛି । ବିଶେଷକରି ଗୋଲାପୀ ରଙ୍ଗର ଦୁଇ ଟଙ୍କିଆ ନୋଟ୍ ଲୋକମାନେ ବହୁତ ଅଧିକ ଖୋଜନ୍ତି । କିନ୍ତୁ ଏହି ନୋଟରେ 786 ଲେଖା ହୋଇଛି, ତେବେ ଏହାର ଅଧିକ ମୂଲ୍ୟ ମିଳିଥାଏ ।ଲୋକମାନେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଇବେ, କଏନ୍ ବଜାର, ଇଣ୍ଡିଆନ୍ ଓଲ୍ଡ ମୁଦ୍ରା ଏବଂ କ୍ଲିକ୍ ଇଣ୍ଡିଆ ଭଳି ସାଇଟଗୁଡିକ ଏହି ନୋଟଗୁଡିକ ଖୋଜନ୍ତି ଏବଂ ପ୍ରାୟତଃ ନିଲାମୀ ମଧ୍ୟ କରନ୍ତି ।