ବରୀ(ରତ୍ନଗିରି ନ୍ୟୁଜ) : ବରୀ ଥାନା ଅଧୀନ ଇଶାଣପୁର ପଞ୍ଚାୟତର ଇଶାଣପୁର, ରଘୁନାଥପୁର, କୁଳ, ଶଙ୍କରାକୂଳ ଓ ସାମଲସହି ଆଦି ଗ୍ରାମରେ କିଛିଦିନ ହେବ ସାଇକେଲ ଚୋରଙ୍କ ଉତ୍ପାତ ବୃଦ୍ଧି ପାଇଥିବା ପରିଲକ୍ଷିତ ହେଉଛି। ଗତ ଚାରି ପାଞ୍ଚ ମାସ ମଧ୍ୟରେ ପ୍ରାୟ ଏହି ସବୁ ଗାଁରୁ ୧୬ ଟି ରୁ ଉର୍ଦ୍ଧ ସାଇକେଲ ଚୋରି ହୋଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି। ମୂଖ୍ୟ ତ ସ୍କୁଲପିଲା ମାନଙ୍କ ସାଇକେଲକୁ ଚୋର ମାନେ ଟାର୍ଗେଟ କହୁଛନ୍ତି। ଏ ବିଷୟରେ ପଞ୍ଚାୟତର ସରପଞ୍ଚ ମାମିନା ଦାସ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଗତ ୨୦ ତାରିଖରେ ବରୀ ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୂର୍ବରୁ ଗତ ୧୬ ତାରିଖରେ ରଘୁନାଥପୁର ଗ୍ରାମର ସନ୍ତୋଷ କୁମାର ଜେନା ନାମକ ଜୈନେକ ବ୍ୟକ୍ତି ତାଙ୍କ ଝିଅର ସାଇକେଲ ଚୋରି ହୋଇଥିବା ବିଷୟରେ ଥାନାରେ ଲିଖିତ ଅଭିଯୋଗ କରିଵା ସହ ଯାଜପୁର ଜିଲ୍ଲାପାଳଙ୍କୁ ମଧ୍ୟ ଇ ମେଲ୍ ମାଧ୍ୟମରେ ଅବଗତ କରାଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ତା’ର କୋୖଣସି ସୁଫଳ ମିଳିଲା ନାହଁ ତେଣୁ ଚୋରକୁ ଧରିବାପାଇଁ ସାଧାରଣରେ ଦାବି ଯୋର ଧରିଛି।
Related Stories
November 9, 2024
November 9, 2024