ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) :ହିଞ୍ଜିଳିକାଟୁ ଅଞ୍ଚଳରେ ଦିନକୁ ଦିନ ଚୋରି କରିବା ଲାଗିରହିଛି । ଏହା ହିଞ୍ଜିଳି ପୋଲିସ କୁ ଚୋରଙ୍କର ଖୋଲା ଚାଲେଞ୍ଜ ବୋଲି ହିଞ୍ଜିଳି ଅଞ୍ଚଳରେ ଜନସାଧାରଣ ଲୁଚାଛପାରେ ଆଲୋଚନା ଚାଲିଛି । ଖୋଦ ହିଞ୍ଜିଳି ଥାନା ଠାରୁ ପ୍ରାୟ ୧୦୦ମିଟର ଦୁରତାରେ ଚୋରିହେବା ଏବଂ ଅତିସମ୍ବେଦନଶୀଳ ସ୍ଥାନ ହିଞ୍ଜିଳି ବସଷ୍ଟାଣ୍ଡ ଠାରୁ ଅତିନିକଟରୁ ଚୋରୀ ହୋଇଯିବାରେ ହିଞ୍ଜିଳି ପୌରପରିଷଦର ସାଧାରଣଜନତା ମାନେ ସୁରକ୍ଷିତ ନଥିବା ମଧ୍ୟ ଆଲୋଚନା ହିଞ୍ଜିଳିକାଟୁ ଚାଦୋକାନ ଏବଂ ପୋଖରୀ ତୁଠରେ ଚର୍ଚ୍ଚା ହେଉଛି । ହିଞ୍ଜିଳି ବସଷ୍ଟାଣ୍ଡ ଏବଂ ପୋଲିସ ଷ୍ଟେସନ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୯ ନମ୍ବର ମଧ୍ୟଭାଗ ଅଞ୍ଚଳର ଜଣାଶୁଣା ଡ୍ରେସ ଦୋକାନ ଅମ୍ବିକା ଡ୍ରେସେସ ରୁ ଗତକାଲି ଅର୍ଥାତ ୧୭/୦୭/୨୨ ମଧ୍ୟରାତ୍ରରେ ଉକ୍ତ ଡ୍ରେସ ଦୋକାନର ଛାତ ଉପରେ ଟିଣ ଭାଙ୍ଗି ଦୋକାନ ଗୃହ ମଧ୍ୟକୁ ପଶି ନଗଦ୧୭ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଚୋରି ହୋଇଥିବା ପୋଲିସ କୁ ଦିଆଯାଇଥିବା ଏତଲା ରୁ ପ୍ରକାଶ । ଉକ୍ତ ସମ୍ବେଦନଶୀଳ ଘଟଣାକୁ କେନ୍ଦ୍ରକରି ହିଞ୍ଜିଳି ପୋଲିସ ଚୋରି ମକଦମା ରୁଜ୍ଜୁ କରିବାସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ଠାରୁ ପ୍ରକାଶ। ପ୍ରକାଶ ଥାଉକି ଉକ୍ତ ଅଞ୍ଚଳ ବା ଅମ୍ବିକା ଡ୍ରେସେସ ର ପଛଭାଗ ରେ ପୌରପରିଷଦ ତରଫରୁ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ଦୀର୍ଘଦିନ ଧରି ଏକ ବିରାଟକାୟ ଜାଗାକୁ ଖୋଳା ଯାଇଥିବାବେଳେ ପାର୍ଶ୍ବରେ ଅନ୍ୟଏକ ମାର୍କେଟ କମ୍ପ୍ଲେକ୍ସ ଅର୍ଧନିର୍ମିତ ହୋଇ ପଡିରହିଛି। ଏହି ବିରାଟକାୟ ଜାଗା ଯାହା ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ବର୍ତ୍ତମାନ ଅର୍ଧନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଏବଂ ଭେଣ୍ଡିଂ ଯୋନ ଅଞ୍ଚଳ ଅସାମାଜିକ ଲୋକଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ଉକ୍ତ ପରିତ୍ୟକ୍ତ କୋଠାକୁ ଏବଂ ଜାଗା ପୂତ୍ତିଗନ୍ଧମୟ ହେତୁ ସାଧାରଣ ଲୋକଙ୍କ ସେଠାରେ ନଜର ପଡେନାହିଁ। ଏହାର ସୁଯୋଗ ଅସାମାଜିକ ବ୍ୟକ୍ତିବିଶେଷଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ବିଶେଷ ଭାବେ ନଜର ଆଢୁଆଳରେ ରହିଥିବା ଏହି ଜାଗାକୁ ଏବଂ ମାର୍କେଟ ଅଞ୍ଚଳକୁ ଜାତୀୟ ରାଜପଥ ମଧ୍ୟଭାଗରେ ସି.ସି.ଟିଭି କ୍ୟାମେରା ର ବ୍ୟବସ୍ଥା ଏବଂ ବିଶେଷଭାବେ ଧ୍ୟାନ ଦେଇ ପୋଲିସ ପେଟ୍ରୋଲିଂ କରାଗଲେ ଏହିଭଳି ଚୋରିହାରି କୁ ରୋକା ଯିବାସହ ମାର୍କେଟ ବାସୀ ଉପକୃତ ହେବେବୋଲି ହିଞ୍ଜିଳିକାଟୁ ବିକାଶ ମଞ୍ଚ ର ସଭାପତି ପ୍ରମୋଦ କୁମାର ପଣ୍ଡା କ୍ଷୋଭ ପ୍ରକାଶ କରିବାସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକରିଛନ୍ତି।
ରିପୋର୍ଟ :-ରଂଜିତ କୁମାର ପୋଲାଇ
Related Stories
December 1, 2024
November 25, 2024