ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) ୧୭/୦୫: ଦୁର୍ଘଟଣା ବେଳେବେଳେ କାହା ସାଙ୍ଗରେ ଘଟେ ତାହା କେହି ବି କହି ପାରିବେ ନାହିଁ ! ଖୁସିର ମୁହୁର୍ତ୍ତଟି ଦୁଃଖରେ ପରିଣତ ହୋଇ ପରିବାରକୁ ଦୁଃଖ ସାଗରରେ ଭସାଇ ଦେଇଥାଏ,ତାହା କେହି କଳ୍ପନା ବି କରି ପାରନ୍ତି ନାହିଁ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ରେଳ ଷ୍ଟେସନରେ। ଲୋଇସିଂହାର ୬ ଜଣ ସାଙ୍ଗ ମିଶି ରେଳ ଷ୍ଟେସନକୁ ସେଲ୍ଫି ଉଠାଇ ବାକୁ ଯାଇଥିଲେ। ସେମାନେ ପ୍ଲାଟଫର୍ମ ପାର ହୋଇ ଆର ପଟକୁ ମଧ୍ଯ ସେଲ୍ଫି ଉଠାଇଲେ ପରେ ଏକ ମାଲ ଗାଡ଼ି ଟ୍ରେନ୍ ଉପରକୁ ଚଢ଼ି ପାର ହେଉଥିଲେ ! ହଠାତ୍ ତାଙ୍କ ଦେହରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ! ଦୁଇଜଣ ସେଠୁ ଗୁରୁତର ହେବାରୁ ପ୍ରଥମେ ଲୋଇସିଂହା ଡାକ୍ତର ଖାନକୁ ନିଆ ଯାଇଥିଲା ! ପରେ ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ କୁ ନିଆ ଯାଇଥିଲା ! ସେଠୁ ଜଣେ ଦୀପକ ମେହେର ନାମକ ଯୁବକ ଅତି ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଡାକ୍ତର ଖାନାକୁ ନିଆ ଯାଇଛି। ବଲାଙ୍ଗୀରରୁ ଜଗନ୍ନାଥ ଧରୁଆଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ
Related Stories
December 9, 2024
December 1, 2024