ଯାଜପୁର : ଭାରତରେ ଅକ୍ସିଜେନ ଜନିତ ସମସ୍ୟା ଯୋଗୁଁ କୋରୋନା ରୋଗୀଙ୍କ ମୃତ୍ୟୁ ଖବରରେ ବ୍ୟଥିତ ହୋଇ ମହାନତା ଦେଖାଇଲେ ପ୍ରବାସୀ ଓଡିଆ । ନିଜ ଦରମା ଅର୍ଥରେ ଅକ୍ସିଜେନ କନସେନଟ୍ରେଟର ଦାନ କଲେ ଏହି ଓଡିଆ । ଆମେ କହୁଛୁ ସୁଦୁର କାନାଡାର ଟରୋଂଟୋରେ ରହୁଥିବା ଓଡିଆ ଯୁବକ ଶିବାଶିଷ ଦାସ । ଶିବାଶିଷ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁର ଜିଲାପ୍ରଶାସନକୁ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି । ଶିବାଶିଷଙ୍କ ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିବ ଓ ଏଥିପାଇଁ ପ୍ରଶାସନ ପକ୍ଷରୁ ଶିବାଶିଷଙ୍କୁ ଧନ୍ୟବାଦ ଦିଆଯାଇଛି । ବିଦେଶରେ ରହିବି ଭୁଲି ପାରିନାହାଁନ୍ତି ମାଟିର ମଣିଷକୁ । ନିଜ ଜନ୍ମମାଟିରେ କୋରୋନା ର କରାଳ କାୟାକୁ ଟିଭି ପରଦାରେ ଦେଖି ବ୍ୟସ୍ତ ବିବ୍ରତ ହୋଇଛନ୍ତି ଏହି ପ୍ରବାସୀ ଓଡିଆ । କେବଳ ବିବ୍ରତ ହୋଇନାହାଁନ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି । ଆଉ ଏହି ପ୍ରବାସୀ ଓଡିଆ ଜଣକ ହେଉଛନ୍ତି ଯାଜପୁର ସିମାନ୍ତ ଏରଡଙ୍ଗ ନଟରା ଗାଁର ଶିବାଶିଷ ଦାସ । ଯେଉଁ ଅକ୍ସିଜେନ ପାଇବା ପାଇଁ ପ୍ରତିଦିନ ଲୋକେ ସଂଘର୍ଷ କରୁଛନ୍ତି ସେହି ଅକ୍ସିଜେନ କନସେନଟ୍ରେଟର କୋରୋନା ରୋଗୀଙ୍କ ପାଇଁ ସେ ଦାନ କରିଛନ୍ତି । ଯାଜପୁର ଜିଲାପ୍ରଶାସନକୁ ନିଜ ପରିବାର ଲୋକଙ୍କ ମାଧ୍ୟରେ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଅକ୍ସିଜେନ କନସେନଟ୍ରେଟର ଯାଜପୁର ଜିଲାପ୍ରଶାସନକୁ ପ୍ରଦାନ କରାଯାଇଛି ।
Related Stories
May 13, 2024
February 14, 2024