ବାଲିଆପାଳ(ରତ୍ନଗିରି ନ୍ୟୁଜ) :- ନିଜର ହକ ପାଇଁ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରିସ୍ୱାମୀ ଘର ଧାରଣାରେ ବସିଥିବା ମହିଳାଙ୍କ ପାଖକୁ ବାପା ମୁଢି ଚାଉଳ ଧରି ଆସିବାରୁ ଜ୍ୱାଇଁ ଘର ପରିବାର ପକ୍ଷରୁ ଆକ୍ରମଣ !ଆକ୍ରମଣରେ ଶଶୁର ଭାଙ୍ଗିଲା ଦୁଇ ଗୋଡ଼ !ଗୁରୁତ୍ବର ଅବସ୍ଥାରେ ପୋଲିସ ଦ୍ଵାରା ଉଦ୍ଧାର ହୋଇ ବସ୍ତା ଡାକ୍ତର ଖାନରେ ଭର୍ତ୍ତି !ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ନାବରା ଗ୍ରାମରେ !ଗ୍ରାମର ହରିପଦ ଦେ ନିଜର ବିବାହିତା ସ୍ତ୍ରୀ ଶୁଭସ୍ମିତା ଏବଂ ୧୨ବର୍ଷର ନାବାଳକ ପୁଅକୁ ଦୀର୍ଘ ବର୍ଷ ହେବ ଘରେ ପୁରେଇ ଦେଉନାହାନ୍ତି !ମହିଳା ଜଣକ ନ୍ୟାୟ ପାଇଁ ମାନ୍ୟବର କୋର୍ଟରେ ଦ୍ଵାରସ୍ଥ ହୋଇଥିଲେ କୋର୍ଟ ତାଙ୍କୁ ଘରେ ରହିବାକୁ ଅନୁମତି ଦେଇଥିଲେ ମଧ୍ୟ କୋର୍ଟର ନିର୍ଦେଶକୁ ସ୍ୱାମୀ ହରିପଦ ଓ ପରିବାର ଲୋକକେ ମାନିବାକୁ ନାରାଜ !ସ୍ତ୍ରୀ ଶୁଭସ୍ମିତା ନିଜର ହକ ପାଇଁ ନାବାଳକ ପୁଅକୁ ଧରି ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିଛନ୍ତି !ଗତକାଲି ସନ୍ଧ୍ୟା ସମୟରେ ଶଶୁର ଗୟାପ୍ରସାଦ ବେହେରା ଝିଅ ପାଇଁ ମୁଢି ଚାଉଳ ଧରି ଆସିଥିବା ସମୟରେ ଜ୍ୱାଇଁ ଓ ପରିବାର ପକ୍ଷରୁ ଆକ୍ରମଣ କରିଥିଲେ ! ଆକ୍ରମଣରେ ଶ୍ଵଶୁରର ଦୁଇ ଗୋଡ଼ ଭାଙ୍ଗିବା ସହିତ ଗୁରୁତ୍ୱର ହୋଇଥିଲେ !ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶଶୁରଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତର ଖାନାକୁ ନେଇ ଥିଲେ !ସେଠାରେ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି !
Related Stories
November 3, 2024
November 3, 2024