ବଲାଙ୍ଗୀର (ରତ୍ନଗିରି ନ୍ୟୁଜ) : ଦିନକୁ ଦିନ ବଢ଼ିଚାଲିଛି କରୋନା ପରିସ୍ଥିତି l ସରକାର ଏପଟେ ସଚେତନ ରହିବାକୁ ପରାମର୍ଶ ଦେଉଥିବା ଲୋକେ ଅମାନିଆ l ଏମିତି ଦୃଶ୍ଯ ଦେଖିବାକୁ ମିଲିଛି ଆମ କ୍ଯାମେରାରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ/ପଞ୍ଚାୟତ ସାପ୍ତାହିକ ବଜାର ଠାରେ l ଜନ ସମାଗମରେ ଚାଲିଛି ବଜାର l କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ନାହିଁ ସାମାଜିକ ଦୂରତା ମଧ୍ଯ ନାହିଁ l ଏପଟେ ଉପର ମୁହାଁ କରୋନା l ହୁହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା l ସରକାର ଯେତେ ସଚେତନ କଲେ ମଧ୍ୟ ଭୃକ୍ଷେପ କରୁ ନାହାନ୍ତି ଲୋକେ l ଆପଣ ମାନେ ଦେଖନ୍ତୁ ଲୋକେ କେମିତି ପନିପରିବା କିଣୁ ଅଛନ୍ତି ବଜାର ଠାରେ କିଏ ମାସ୍କ ପିନ୍ଧିଛନ୍ତି କି? କିଏ ଦୂରତା ରଖିଛି କି? ଏମିତି ଲୋକମାନେ ଖୋଲାରେ ବୁଲିବେ ତାହାଲେ ଘରେଘରେ ପୁରେପୁରେ କରୋନା ପହଞ୍ଚିବ l ଏବେ ଯଦି ନିୟମମାନି ନ ଚଳିବେ ତାହେଲେ ଘୋର ସଙ୍କଟରେ ପଡିବେ ଜନ ସାଧାରଣ l ପ୍ରଶାସନ ମଧ୍ୟ ଜନଗହଳିପୂର୍ଣ୍ଣ ଯାଗାକୁ ନିୟନ୍ତ୍ରଣ କରିବା ଉଚିତ l
ବଲାଙ୍ଗୀର ରୁ ଜଗନ୍ନାଥ ଧରୁଆ ଙ୍କ ରିପୋର୍ଟ
Related Stories
December 1, 2024
November 25, 2024