କରାଗ୍ରେ ବସତି ଲକ୍ଷ୍ମୀ, କରମଧ୍ୟେ ସରସ୍ବତୀ । କରମୂଳେ ତୁ ଗୋବିନ୍ଦଃ, ପ୍ରଭାତେ କର ଦର୍ଶନମ୍ । ଆଜି ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଜଗତଜନନୀ ମା’ ଦୁର୍ଗାଙ୍କ ମେଲାଣୀ ପରେ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ସାଧାରଣତ ଓଡିଆ ପରମ୍ପରାରାରେ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ପ୍ରାପ୍ତି ହେବା ନେଇ ବିଶ୍ବାସ ରହିଛି । ମା’ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ ।ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥି ପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଉଥିବା ବେଳେ କେତେକ ସ୍ଥାନରେ ଏହି ପୂଜା ୮ ରୁ ୧୦ ଦିନ ଧରି କରାଯାଇଥାଏ ।
ତେବେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ ସହିତ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ । ଆଜି ମା’ଙ୍କ ବିଷୟରେ ଏକ ଅଜଣା ଓ ଅଶୁଣା କଥା ଶୁଣି ରଖନ୍ତୁ । ଅନେକେ ହୁଏତ ଜାଣି ନଥିବେ ମା’ସୀତାଙ୍କ ପରି ମା’ ଲକ୍ଷ୍ମୀଙ୍କର ବି ଅପହରଣ ହୋଇଥିଲା । ଏକଦା ଦେବତା ଓ ଅସୁର ଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧରେ ଦେବ ଗଣ ପରାଜିତ ହେବା ପରେ ଦେବଗୁରୁ ବୃହସ୍ପତିଙ୍କ ନିକଟରେ ଯାଇ ପହଂଚିଲେ । ଏହି ସମୟରେ ଦେବରାଜ ଇନ୍ଦ୍ର କହିଲେ କେବଳ ଅସୁରଙ୍କ କାରଣରୁ ଆମେ ଆତ୍ମହତ୍ୟା କରିବାକୁ ଯାଉଛୁ । ଏହା ଶୁଣିବା ପରେ ଦେବଗୁରୁ ସମସ୍ତ ଦେବ ଗଣଙ୍କୁ ଦତ୍ତାତ୍ରେୟଙ୍କ ନିକଟକୁ ନେଇ ଯାଇଥିଲେ । ଦତ୍ତାତ୍ରେୟ ସମସ୍ତଙ୍କୁ ବୁଝାଇବା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ
ଦ୍ଵିତୀୟ ଥର ଯୁଦ୍ଧରେ ବି ଦେବଗଣଙ୍କୁ ପରାଜିତ ହେବାକୁ ପଡିଥିଲା । ପୂର୍ବ ଥର ପରି ଏଥର ମଧ୍ୟ ଦେବ ଗଣ ଭଗବାନ ବିଷ୍ଣୁ ଦତ୍ତାତ୍ରେୟଙ୍କ ନିକଟର୍ରେ ଯାଇ ପହଁଚିଲେ । ଏହି ସମୟରେ ନୟାରଣ ସମାଧିସ୍ଥ ଥିବା ବେଳେ ତାଙ୍କ ନିକଟରେ ମା’ ଲକ୍ଷ୍ମୀ ବସିଥିଲେ | ଠିକ ଏହି ସମୟରେ ସେଠାରେ ଅସୁର ଗଣ ଆସି ପହଁଚିଲେ । ମା’ଙ୍କ ଅପରୂପ ସୌନ୍ଦର୍ଯ୍ୟରେ ଅସୁର ଗଣ ବିମୋହିତ ହୋଇଯାଇଥିଲେ | ମୌକା ମିଳିବା ମାତ୍ରେ ଦୁଷ୍ଟ ଅସୁର ଗଣ ମା’ ଲକ୍ଷ୍ମୀଙ୍କୁ ଅପହରଣ କରି ନେଇଥିଲେ । ଦତ୍ତାତ୍ରେୟଙ୍କ ସମାଧିସ୍ଥ ଭଙ୍ଗ ହେବା ପରେ ଦେବ ଗଣ ତାଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କଲେ । ସବୁ ଶୁଣିବା ପରେ ଅନ୍ତର୍ଯ୍ୟାମୀ ବିଷ୍ଣୁ କହିଥିଲେକି, ଏବେ ଅସୁରଙ୍କ ବିନାଶ କାଳ ଆସିଗଲା । ଏହା ପରେ ଦେବଗଣ ଓ ଅସୁରଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧ।ଶେଷରେ ଅସୁର ଗଣ ପରାଜିତ ହୋଇଥିଲେ । କିନ୍ତୁ ବିଜୟ ହେବା ଦେବ ଗଣ ନାରାୟଣଙ୍କ ପହଂଚନ୍ତେ ତ ସେଠାରେ ମା’ଲକ୍ଷ୍ମୀ ପୂର୍ବରୁ ହିଁ ଉପସ୍ଥିତ ଥିଲେ । ଆଉ ଏହି ସମୟରେ ଅନ୍ତର୍ଯ୍ୟାମୀ ନାରାୟଣ କହିଥିଲେ ଲକ୍ଷ୍ମୀ ସେହିଠାରେ ହିଁ ରୁହନ୍ତି ଯେଉଁଠି ପ୍ରେମ ଓ ଶାନ୍ତି ବାସ କରେ ।