ନ୍ୟାୟ ଦାବିରେ ମା ସହ ଆମରଣ ଅନଶନରେ ବସିଲେ ପୀଡିତା

ବରୀ(ରତ୍ନଗିରି ନ୍ୟୁଜ) :- ପ୍ରଶାସନର ବୁଝାସୁଝାର ଗୋଟିଏ ଦିନ ପରେ ଅନଶନ ପ୍ରତ୍ୟାହୃତ କରିଥିôବା ପୀଡିତା ନିଜ ମା ସହିତ ପୁଣି ଥରେ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ପ୍ରଥମ ଦିନ ନ୍ୟାୟ ଦାବିରେ ପିଡିତା କଲେଜର ଅନେକ ଆସବା ପତ୍ର ଭଙ୍ଗାରୁଜା କରି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବାବେଳେ ବରୀ ଥାନା ଅଧିକାରିଣୀ ଅଟକାଇ ପରେ ବିଭିନ୍ନ ପଦାଧିକାରୀମାନେ କିଛି ଦିନ ସମୟ ମାଗି ଅଭିଯୁକ୍ତ ଯିଏ ହୁଅନ୍ତୁ ନା କାହିଁକି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।

ତେବେ ହଠାତ୍ ଆଜି ପିଡିତା ଓ ତାଙ୍କ ମାଆ କଲେଜ ଫାଟକ ନିକଟରେ ପହଁଞ୍ôଚ ଦୋଷିକୁ ଗିରଫ ନକରିବା ଯାଏ ଆମରଣ ଅନଶନ ଜାରି ରହିବ ବୋଲି କହି ବସିଥିଲେ । ଏହି ଆମରଣ ଅନଶନରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ ବିଭିନ୍ନ ନାରାବାଜି କରିବା ସହ ଆନ୍ଦୋଳନକୁ ତୀବ୍ରତର କରିଥିଲେ ।

ଆଇନ ଶୃଙ୍ଖଳା ପାଇଁ ବରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ସ୍ଥାନୀୟ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ମାନସ ରଂଜନ ସ୍ୱାଇଁ ପହଞ୍ôଚ ଗୋଟିଏ ଦିନ ତଳେ ଦେଇଥିବା ପ୍ରତିଶୃତିର କଣ୍ଟ ନପୁରିବା ଆଗରୁ ଆମରଣ ଅନଶନ ନ କରି ପୋଲିସ ଓ ପ୍ରଶାସନକୁ ସହଯୋଗ କରିବାକୁ କହିଥିଲେ । ଖବର ପାଇ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ବିଜେପି ନେତା ଦେବେନ୍ଦ୍ର ଦାସ ପିଡିତାକୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ପିଡିତା ନିଜ ଜିଦ୍‌ରେ ଅଟଳ ରହିବାରୁ ଖବର ଲେଖାହେବା ଯାଏ ଆମରଣ ଅନଶନରେ ବସିଥିବା ଜଣାପଡିଛି ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *