ସୋରଡା(ରତ୍ନଗିରି ନ୍ୟୁଜ)୧୧/୧୨ : ରାଜ୍ୟ ସରକାର୨୦୧୬ ମସିହାରେ କାର୍ଯ୍ୟରତ ସମସ୍ତ ଗଣଶିକ୍ଷକଙ୍କୁ ନିୟମିତ ପାଇଁ ଘୋଷଣା କରିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଶନିବାର ଦିନ ସୋରଡା ବୃଦ୍ଧଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋରଡା ଗଣଶିକ୍ଷକ ସଂଘ ସଭାପତି ଯୋଗେନ୍ଦ୍ର ଗୌଡଙ୍କ ସଭାପତିତ୍ୱରେ ସେମାନଙ୍କୁ ନିୟମିତ କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାର ଅଣଆନୁଷ୍ଠାନିକ ଶିକ୍ଷକ, ଇଜିଏସ୍ ଶିକ୍ଷକ ଓ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ୧୪ହଜାର ୬୬୭ ନମ୍ବର ଚିଠି ଗତ ୨୦୧୬ମସିହା ଜୁଲାଇ ୨୫ ତାରିଖରେ କରିଥିଲେ । ଏହି ଚିଠି ଆଧାରରେ ରାଜ୍ୟର ବିିଭିନ୍ନ ଜିଲ୍ଲାରେ ଗଣଶିକ୍ଷକମାନେ ନିୟମିତ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯାଇନାହିଁ । ଗତ ୨୦୧୮ମସିହା ଅପ୍ରେଲ ୧୯ ତାରିଖରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ୨୫୨୦ଚିଠି ଆଧାରରେ ସମସ୍ତ ଯୋଗ୍ୟ ପ୍ରାର୍ଥିଙ୍କର ସାଟିର୍ଫିକେଟ୍ ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚର ତିନି ବର୍ଷ ପରେ ନିଯୁକ୍ତି ନମିଳିବାରୁ କ୍ଷୋଭ ପ୍ରକାଶ କରିଛି ଗଣଶିକ୍ଷକ ସଂଘ । ଦୀର୍ଘ ୨୫ରୁ ତିରିଶି ବର୍ଷ କାର୍ଯ୍ୟ କରି ବିଭିନ୍ନ ଅନାଟନ ମଧ୍ୟରେ କାଳ କାଟୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ସଂଘ ରାଜରାସ୍ତାକୁ ଓହଲ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ମହେଶ୍ୱର ବିଷୋୟୀ, ରଞ୍ଜନ କୁମାର ଡାକୁଆ, ମାନସ ରଂଜନ ଡାକୁଆ, ରଂଜନ କୁମାର ଗୌଡ, ପ୍ରଭାକର ଗୌଡ, ସନ୍ତୋଷ କୁମାର ପଟ୍ଟନାୟକ, ଜ୍ୟୋସ୍ନାରାଣୀ ଶତପଥି, ରାଜଶ୍ରୀ ପଟ୍ଟନାୟକ, ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
December 9, 2024
December 1, 2024