ବାଲେଶ୍ବର(ରତ୍ନଗିରି ନ୍ୟୁଜ) : ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭା ଗୃହକୁ ଜିପିଓ ଦାୟିତ୍ୱରେ ଥିବା ସାଲିମା ରାଉତ ସ୍ବାଗତ ଭାଷଣ ଦେଇ ସଭାକାର୍ଯ୍ଯ ଆରମ୍ଭ କରିଥିଲେ । ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଅଧ୍ଯକ୍ଷତା କରିଥିବା ବେଳେ ବିଡିଓ ପର୍ଶୁରାମ ପଣ୍ଡା ସଭା ପରିଚାଳନା କରିଥିଲେ । ଏଥିରେ ପର୍ଯ୍ଯଟନ ସଂସ୍କୃତି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ସଦସ୍ୟ /ସଦସ୍ୟା ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ କରିଥିଲେ । ମାନନୀୟା ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଗୃହରେ ଶାନ୍ତି ରକ୍ଷା କରି ସଭା ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମେ ସାମାଜିକମଙ୍ଗଳ ଓ ସୁରକ୍ଷା ସମ୍ବନ୍ଧୀୟ, ମନରେଗା କାର୍ଯ୍ୟ, ଓଡିଶା ଜୀବିକା ମିଶନ, ପଞ୍ଚମ ରାଜ୍ୟ ଅର୍ଥ ଯୋଜନା,ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ଓ ଶିଶୁ ବିକାଶ ଯୋଜନା, ପାନୀୟ ଜଳ ଓ ପରିମଳ, କୃଷି, ଉଦ୍ଯାନ,ମତ୍ସ୍ୟ ଓ ପଶୁପାଳନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଆଲୋଚନା ବେଳେ ୩ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ଗୃହରେ ପ୍ରଶ୍ନ ପଚାରୁ ଥିବା ବେଳେ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ଜିଲ୍ଲା ପରିଷଦଙ୍କର ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି ଗୃହରେ ପ୍ରକାଶ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିପାଇଁ ଗୃହରେ ପ୍ରାୟ ଅଧଘଣ୍ଟା ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କ ହସ୍ତକ୍ଷେପ ପରେ ପୁନର୍ବାର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ଆରମ୍ଭ ହୋଇଥିଲା । ଆଜିର ବୈଠକରେ ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ସହକାରୀ ଯନ୍ତ୍ରୀ , ମନ୍ତ୍ରୀଙ୍କ ପ୍ରତିନିଧି କରୁଣାକର ଜେନା, ୩ ନମ୍ବର ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପରିଡା, ୪ ନମ୍ବର ଜିଲ୍ଲା ପରିଷଦ ସଭ୍ଯା ରଶ୍ମିତା ମହାପାତ୍ର, ୫ ନମ୍ବର ଜିଲ୍ଲା ପରିଷଦ ସଭ୍ଯ ମାନସ ଦାସ, ୬ ନମ୍ବର ଜିଲ୍ଲା ପରିଷଦ ସଭ୍ଯା ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ରୁ ବୁଲୁ ଲେଙ୍କା ଙ୍କ ରିପୋର୍ଟ୍ ରତ୍ନଗିରି ନୀଉଜ୍
Related Stories
November 9, 2024
November 9, 2024