ବରୀ(ରତ୍ନଗିରି ନ୍ୟୁଜ) : ଦେଶ ସେବା ପାଇଁ ଯେଉଁମାନେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି, ଅଗଭୀର ସମୁଦ୍ର ଠାରୁ ହିମାଳୟ ଶିଖର ଯାଏ ଦେଶ ସୁରକ୍ଷା ପାଇଁ ଲଢେଇ ଜାରି ରଖିଛନ୍ତି ସେମାନେ ସବୁ ସମୟରେ ଆମମାନଙ୍କ ପାଇଁ ନମସ୍ୟ । ଠିକ୍ ସେମିତି ଜଣେ ନିଷ୍ଠାପର ଦେଶସେବକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଭଅଁରା ଗ୍ରାମପଞ୍ଚାୟତ ଅର୍ନ୍ତଗତ ରାଇପୁର ଗ୍ରାମର ରାଧାଶ୍ୟାମ ପରିଡ଼ା । ଭାରତୀୟ ସେନାରେ ତାଙ୍କର ଯୋଗଦାନ ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା ବୋଲି ରବିବାର ସ୍ୱର୍ଗତ ପରିଡାଙ୍କ ପ୍ରତିମୃର୍ତ୍ତୀ ଉନ୍ମୋଚନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଓøପନାସିକ ଆନନ୍ଦ ଚନ୍ଦ୍ର ଜେନାଙ୍କ ପୌରହିତରେ ସ୍ୱର୍ଗତ ପରିଡ଼ାଙ୍କ ୭୪ତମ ଜନ୍ମ ଜୟନ୍ତୀ ରାଇପୁରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥିଭାବେ ସେନା ନିବୃତ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିନୋଦ ବିହାରୀ ନାୟକ ଯୋଗ ଦେଇ ସ୍ୱର୍ଗତ ପରିଡ଼ାଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତୀକୁ ଅନାବରଣ କରିଥିଲେ । ଆୟୋଜିତ ଉତ୍ସବରେ ବରିଷ୍ଠ ସମାଜସେବୀ ଗୋବିନ୍ଦ ପରିଡ଼ା ମୁଖ୍ୟବକ୍ତାଭାବେ ଯୋଗ ଦେଇଥିବାବେଳେ ଚୌଧୁରୀ ସତ୍ୟସୁନ୍ଦର ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ସେହିପରି ସମ୍ମାନୀତ ବକ୍ତାଭାବେ ଅବସରପ୍ରାପ୍ତ ସେନାକର୍ମଚାରୀ ସଂଘ ବରୀର ସଭାପତି କବୀର ଦାସ, ସମ୍ପାଦକ ଗଗନ ବିହାରୀ ଖୁଣ୍ଟିଆ ଯୋଗ ଦେଇ ସ୍ୱର୍ଗତ ପରିଡ଼ାଙ୍କ ଦେଶପ୍ରେମ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଜ୍ଞାନ ରଂଜନ ଧଳ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ପଣ୍ଡତିତ ବିଶ୍ୱନାଥ ତ୍ରିପାଠୀ ଗୀତାପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୟାଧର ଦାସ, ବିଜୟ କୁମାର ଜେନା, ନରେନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ କୌଳାସ ମହାନ୍ତି ପ୍ରମୁଖ ସ୍ମୃତିଚାରଣ ସଭାରେ ଅଂଶ ଗ୍ରହଣ କରିଥିଲେ । ପରିବାର ପକ୍ଷରୁ ପିତାଙ୍କ ସ୍ମୃତିଚାରଣ କରିବାକୁ ଯାଇ ସାନ ଝିଅ ସୁନିତା ପରିଡ଼ା, ବଡଝିଅ ସଙ୍ଗୀତା ପରିଡ଼ା ଏବଂ ପୁଅ ସୁଶାନ୍ତ ପରିଡ଼ା ସ୍ୱର୍ଗୀୟ ପିତାଙ୍କ କର୍ତ୍ତବ୍ୟ ତଥା ଅବଦାନ ସମ୍ପର୍କରେ ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ ।
Related Stories
October 2, 2024