ବରୀ(ରତ୍ନଗିରି ନ୍ୟୁଜ) :-ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଅଭିମନ୍ୟୁ ବାଲିଆଠାରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଗୁରୁବାର ଦିନ ଉଦ୍ଯାପିତ ହୋଇଯାଇଛି । କବିଙ୍କ ଜନ୍ମ, ସାଧନା ଓ ସମାଧି ପୀଠ ଅଭିମନ୍ୟୁବାଲିଆସ୍ଥିତ ଜୟନ୍ତୀ ମଣ୍ଡପରେ ପବିତ୍ର ମାଘ ସପ୍ତମୀ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ପରିଷଦର ଉପସଭାପତି ବିଶ୍ୱବନ୍ଦିତା ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥିଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ବବ୍ରୁବାହାନ ମହାପାତ୍ର ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ ବିଶିଷ୍ଟ ବାଗ୍ମୀ ତଥା ସାହିତ୍ୟିକ ଡକ୍ଟର ଗଣେଶ୍ୱର ସ୍ୱାଇଁ, ସମ୍ମାନିତ ବକ୍ତାଭାବେ ସଚ୍ଚିଦାନନ୍ଦ ବେହେରା, ସମ୍ମାନୀତ ଅତିଥିଭାବେ ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାକର ଜେନା ପ୍ରମୁଖ ଯୋଗ ଦେଇ ଓଡ଼ିଆ ସାହିତ୍ୟ ଜଗତରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ରୀତିଯୁଗୀୟ କାବ୍ୟକାରମାନଙ୍କ ମଧ୍ୟରେ ସମ୍ରାଟ ଥିଲେ । ତାଙ୍କର ପ୍ରତିଟି ଛାନ୍ଦରେ ଉପମା, ପଦଲାଳିତ୍ୟ ଓ ଅର୍ଥଗୌରବ ଯେଉଁଭଳି ଭାବେ ପ୍ରତ୍ୟୟମାନ ହୁଏ ତାଙ୍କ ସମସାମୟିକ ସାରସ୍ୱତ ସାଧକଙ୍କ ସୃଷ୍ଟିରେ ଦେଖିବାକୁ ମିଳେ ନାହିଁ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ସଂଯୋଜନା କରିଥିବାବେଳେ ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସମ୍ପାଦକ ଶରତ କୁମାର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ବିଦଗ୍ଧ କବିଙ୍କ ରଚିତ ଛାନ୍ଦଗାନ କରାଯାଇଥିବାବେଳେ ଅଧ୍ୟାପକ ଡକ୍ଟର ରବିନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ପୂର୍ବାହ୍ନରେ ସ୍ମାରକୀ ଅନୁଷ୍ଠାନ ପକ୍ଷରୁ ଜୟନ୍ତୀ ମଣ୍ଡପ ନିକଟରୁ ଏକା ବିଶାଳ ଶୋଭାଯାତ୍ରା ଯାଇ କବିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲ । ପ୍ରତିବର୍ଷ ପରି ଆଗନ୍ତୁକ ଅତିଥିମାନଙ୍କୁ ସମାଧି ପୀଠ ପ୍ରବେଶ ଦ୍ୱାର ନିକଟରେ ବିଦଗ୍ଧା ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା ।
ଦ୍ୱିତୀୟ ଦିନରେ ସ୍ମାରକୀ ଅନୁଷ୍ଠାନ ତଥା ଅଭିମନ୍ୟୁ ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ସାରସ୍ୱତ ସଭାରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ପ୍ରାଧ୍ୟାପକ ଡକ୍ଟର ଜ୍ଞାନୀଦେବାଶିଷ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ପ୍ରଦିପ୍ତ କୁମାର ମିଶ୍ର ମୁଖ୍ୟବକ୍ତାଭାବେ ଯୋଗଦେଇ ବିଦଗ୍ଧ କବିଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।



କାର୍ଯ୍ୟକ୍ରମରେ ପରିଷଦର ଉପସଭାପତି ବିଶ୍ୱବନ୍ଦିତା ଦାସ ସଭାପତିତ୍ୱ କରିଥିବାବେଳେ ପରିଷଦର ସମ୍ପାଦକ ଡକ୍ଟର ଜିତେନ୍ଦ୍ର କୁମାର ଦାଶ, ବିଦଗ୍ଧ ବିହାର ସଂସ୍କୃତ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପଣ୍ଡିତ ଜଗବନ୍ଧୁ ପ୍ରଧାନ, ରାଧିକାଛନ୍ଦା ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାମଲ, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାକର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ । ସଂଧ୍ୟାରେ ପାୟଲ ଡ୍ୟାନ୍ସ ଗୃପ କେନ୍ଦ୍ରାପଡା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ଅନ୍ତିମ ଦିନରେ ଅନୁଷ୍ଠିତ ସାରସ୍ୱତ କାର୍ଯ୍ୟକ୍ରମ ସମାଜସେବୀ ନିମାଇଁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଡକ୍ଟର ବାସୁଦେବ ଦାସ ଯୋଗଦେଇ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ସାରସ୍ୱତ ସାଧନା କ୍ଷେତ୍ରରେ କବିଙ୍କ ଧର୍ମପତ୍ନୀ ବିମଳାଦେବୀଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଅଖିଳ ଚକ୍ରର ସଭାପତି ହରେକୃଷ୍ଣ ପଣ୍ଡା, ଅଭିମନ୍ୟୁ ସାହିତ୍ୟର ପ୍ରବକ୍ତା ଇଶ୍ୱର ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରକାଶ ଚନ୍ଦ୍ର ନାୟକଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ମହାପାତ୍ର ବନ୍ଦନା ସାମଲ, ସବିତା ନାୟକ, ଗୋମତୀ ପଣ୍ଡା ପ୍ରମୁଖ ବିଦଗ୍ଧ କବିଙ୍କ ରଚିତ ଛାନ୍ଦ ଗାନରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରିଷଦର କାର୍ଯ୍ୟକାରୀ ସମ୍ପାଦକ ଶରତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଡକ୍ଟର ରବିନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


