ବାଲେଶ୍ୱର (ରତ୍ନଗିରି ନ୍ୟୁଜ) :ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ୩ ଦିନ ଧରି ଚାଲିଥିବା ଯୁବ ମହୋତ୍ସବ ସ୍ନୋ-ଫେଷ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ବିଭିନ୍ନ ବିଭାଗର ଭାଗ ନେଇ ପ୍ରତିଯୋଗିତା କରିଥିଲେ। ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଖଇରା ଝିଅ ଅଭିଲିପ୍ସା ଉପାଧ୍ୟାୟ ରାମ୍ପ ୱାକ ରେ ଫାଇନାଲ ରାଉଣ୍ଡରେ ରନର୍ସ ଅଫ ଭାବେ ବିଜେତା ହୋଇ ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହା ଖଇରା ମାଟିର ଗର୍ବ ଓ ଗୌରବ। ଅଭିଲିପ୍ସା ଖଇରା ମାଟିର ଗର୍ବ ଓ ଗୌରବ ବୃଦ୍ଧି କରିଥିବାରୁ ନିଜ ଗ୍ରାମ ସମେତ ଖଇରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ଅଭିଲିପ୍ସା ଉପାଧ୍ୟାୟ ଜଣେ ମେଧାବୀ ଛାତ୍ରୀ, ସେ ବର୍ତ୍ତମାନ ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷ ଛାତ୍ରୀ ଅଟନ୍ତି। ପିଲାବେଳୁ ତାଙ୍କର ଫେସନ, ନାଚ ଓ ସଙ୍ଗୀତ ପ୍ରତି ରୁଚି ରହିଥିବା ସେ କହନ୍ତି। ସେ କୌଣସି ଶିକ୍ଷା ଅର୍ଜ୍ଜନ ନକରି ୟୁ ଟୁବ ମାଧ୍ୟମରେ ଶିକ୍ଷା ଅର୍ଜ୍ଜନ କରି ବର୍ତ୍ତମାନ ଜଣେ ନାଚରେ ଭଲ କୋରିଓ ଗ୍ରାଫର ହେବା ସହିତ ଜଣେ ଭଲ ଗାୟିକା ମଧ୍ୟ। ଅଭିଲିପ୍ସା ଉପାଧ୍ୟାୟ ହେଉଛନ୍ତି ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟଙ୍କ ବଡ଼ ଝିଅ ଏବଂ ମା ଜଣେ ସୁଗୃହିଣୀ। ତାଙ୍କର ଏ ଶ୍ରେୟରେ ପିତା,ମାତା,ଭଉଣୀ ଓ ତାଙ୍କ ମେଣ୍ଟର ମାନଙ୍କୁ ଦେଇଛନ୍ତି। ସେମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି କହିଛନ୍ତି।