ବାଲେଶ୍ୱର(ରତ୍ନଗିରି ନ୍ୟୁଜ) : ରାମ୍ପ ୱାକରେ ରନର୍ସ ଅପ ହେଲେ ଖଇରା ଝିଅ ଅଭିଲିପ୍ସା ଉପାଧ୍ୟାୟ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ୩ ଦିନ ଧରି ଚାଲିଥିବା ଯୁବ ମହୋତ୍ସବ ସ୍ନୋ-ଫେଷ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ବିଭିନ୍ନ ବିଭାଗର ଭାଗ ନେଇ ପ୍ରତିଯୋଗିତା କରିଥିଲେ।
ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ନୂଆ ଗ୍ରାମର ଝିଅ ଅଭିଲିପ୍ସା ଉପାଧ୍ୟାୟ ରାମ୍ପ ୱାକ ରେ ଫାଇନାଲ ରାଉଣ୍ଡରେ ରନର୍ସ ଅଫ ଭାବେ ବିଜେତା ହୋଇ ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହା ଖଇରା ମାଟିର ଗର୍ବ ଓ ଗୌରବ। ଅଭିଲିପ୍ସା ଖଇରା ମାଟିର ଗର୍ବ ଓ ଗୌରବ ବୃଦ୍ଧି କରିଥିବାରୁ ନିଜ ଗ୍ରାମ ସମେତ ଖଇରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ଏଥି ସହିତ ପିଲା ଦିନରୁ ଫେସନ, ନାଚ ଓ ସଂଗୀତରେ ରୁଚି ରଖିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରୁ ନାଚ ଗୀତ ଓ ଫେସନରେ ସଫଳତା ହାସଲ କରି ମାନପତ୍ର ସହିତ ସମ୍ବର୍ଦ୍ଧିତ ହୋଇଛନ୍ତି।
ବାଲେଶ୍ୱର ଜିଲ୍ଲାର ଶେଷ ଭାଗରେ ଅବସ୍ଥିତ ଅନ୍ତରା ପଞ୍ଚାୟତ ନୂଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅଭିଲିପ୍ସା ଉପାଧ୍ୟାୟ ଜଣେ ମେଧାବୀ ଛାତ୍ରୀ, ସେ ବର୍ତ୍ତମାନ ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି। ପିଲାବେଳୁ ତାଙ୍କର ଖେଳ ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ବେଶ ପାରଦର୍ଶିତା ଲାଭ କରିଛନ୍ତି। ତାଙ୍କର ଫେସନ, ନାଚ ଓ ସଙ୍ଗୀତ ପ୍ରତି ରୁଚି ରହିଥିବା ସେ କହନ୍ତି।
ନୂଆ ଗାଁର ପୁରପଲ୍ଲୀର ଝିଅ ଅଭିଲିପ୍ସା କଳା କ୍ଷେତ୍ରରେ କୌଣସି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ନକରି ୟୁ ଟୁବ ମାଧ୍ୟମରେ ଶିକ୍ଷା ଅର୍ଜ୍ଜନ କରି ସେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ରନର୍ସ ଅଫ ଭାବରେ ବିଜେତା ହୋଇଥିବା ବେଳେ ଏ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବର୍ତ୍ତମାନ ଜଣେ ନାଚରେ ଭଲ କୋରିଓ ଗ୍ରାଫର ହେବା ସହିତ ଜଣେ ଭଲ ଗାୟିକା ମଧ୍ୟ। ଅଭିଲିପ୍ସା ଉପାଧ୍ୟାୟ ହେଉଛନ୍ତି ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟଙ୍କ ବଡ଼ ଝିଅ ଏବଂ ମା ଜଣେ ସୁଗୃହିଣୀ। ପିତା,ମାତା,ଭଉଣୀ ଓ ତାଙ୍କ ମେଣ୍ଟର,ତଥା ତାଙ୍କର ସାଙ୍ଗ ମାନଙ୍କର ସହଯୋଗ ପାଇଁ ସେ ଏହି କୃତିତ୍ୱ ହାସଲ କରିଛନ୍ତି ବୋଲି କହିଛନ୍ତି।ଯଦି ସୁଯୋଗ ମିଳେ ପାଠ ପଢିବା ସହିତ କଳା ସଂସ୍କୃତିକୁ ଆଧାର କରି ଏ ଦିଗରେ ଆଗକୁ ବଢ଼ିବେ ବୋଲି ଲକ୍ଷ୍ୟ ରଖିଛନ୍ତି।