ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ ) : ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣ ଭୁବନେଶ୍ୱର ବୋଲି ଜଣାପଡ଼ିଛି । ଏମାନେ ନାଇଜେରିଆ ଫେରନ୍ତା ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ୮ଜଣଙ୍କର ଜିନମ ଟେଷ୍ଟିଂ କରାଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କର ଓମିକ୍ରନ୍ ସଂକ୍ରମିତ ବୋଲି ଜଣାପଡ଼ିଛି । ଉଭୟ ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦେଇଛନ୍ତି । ଓଡ଼ିଶାରେ ମଧ୍ୟ ଓମିକ୍ରନ୍ ବ୍ୟାପିବାର ସୂଚନା ଆସିଗଲାଣି । ଏ ନେଇ ଲୋକମାନେ ଯଦି ସଚେତନ ନ ହେବେ ସଂକ୍ରମିତ ବଢ଼ିବ ବୋଲି ଜଣାପଡ଼ିଛି ।
ରାଜଧାନୀର ଗୋଟିଏ ଅଞ୍ଚଳରୁ ପୁଣି ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସହରର ଆଉ ଏକ ସ୍ଥାନକୁ ବିଏମ୍ସି ପକ୍ଷରୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୬୪ ନମ୍ବର ୱାର୍ଡ ଅନ୍ତର୍ଗତ କସ୍ମୋପଲିସ ଅ।।ର୍ଟମେଣ୍ଟର ଫ୍ଲାଟ ନମ୍ବର ଜି- ୧୧୨, ଜି-୧୩୨, ଜି-୧୪୨ ଓ ଜି-୧୫୧ରୁ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ଫ୍ଲାଟ୍ଗୁଡିକୁ କଣ୍ଟେନ୍ମେଣ୍ଟ କରାଯାଇଛି । କଣ୍ଟେନ୍ମେଣ୍ଟ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ଲୋକଙ୍କ ଯିବା ଆସିବାରେ କଟକଣା ଲଗାଯାଇଛି।
ସେଠାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅ।।ଇଛି । କଟକଣା ସମୟରେ ସମ୍ପୃକ୍ତ ଲୋକଙ୍କୁ ବିଏମ୍ସି ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ । ୱାର୍ଡ ଅଫିସର ସାମଗ୍ରୀ ଯୋଗାଇ ଦେବା ସହ ଡା. ଦିପ୍ତୀମାନ ବେହେରା ମେଡିକାଲ ସହାୟତା ପାଇଁ ନିୟୋଜିତ ଅଛନ୍ତି । ପୂର୍ବରୁ ଜୟଦୁର୍ଗା ନଗରର ପ୍ଲଟ୍ ନଂ ୧୩୦୩/୧୩୦୪ ଏବଂ ଭିଏସ୍ଏସ୍ ନଗରର କିଛି ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଣୋ କରାଯାଇଥିଲା । ତେବେ ୨ ଦିନରେ ୩ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଲୋକଙ୍କ ମଧ୍ୟ ବିଭିନ୍ନ ଆଶଙ୍କା ସୃଷ୍ଟି ହୋଇଛି ।