ଭୁବନେଶ୍ୱର,ତା.୧୯/୧୦: ଓଡିଶା ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ କୋଡିଏ ପ୍ରତିଶତ ଅନୁସୂଚିତ ଜାତି ବର୍ଗର । ଭାରତୀୟ ସମ୍ବିଧାନ ଅନୁସୂଚିତ ଜାତି ବର୍ଗଙ୍କୁ ସମାଜରେ ସେମାନଙ୍କ ଅଧିକାରକୁ ନେଇ ବିଭିନ୍ନ ଧାରାରେ ତାଙ୍କ ପାଇଁ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ବିଭିନ୍ନ ଅବସର ସୃଷ୍ଟି କରିଛନ୍ତି । ରାଜ୍ୟରେ କୌଣସି ଗୋଟିଏ କ୍ଷେତ୍ରରେ ଏହି ସଂରକ୍ଷଣର ଶତ ପ୍ରତିଶତ ସୁବିଧା ସୁଯୋଗ ଅନୁସୂଚିତ ବର୍ଗକୁ ଦିଆଯାଇନାହିଁ । ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ବିକାଶ ଓ ସମସ୍ୟା ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଏସସି ଆଡଭାଇସରି କମିଟିର ବୈଠକ ଆଦୌ ବସୁନାହିଁ ଦୀର୍ଘ ଦିନ ଧରି ରାଜ୍ୟରେ ଅନୁସୂଚିତ ବର୍ଗର ଲୋକମାନଙ୍କ ସମସ୍ୟା ସମାଧାନ ଓ ବିକାଶ ପାଇଁ ରାଜ୍ୟ ସରକାର ଆଦୌ ଆଗ୍ରହୀ ନୁହଁନ୍ତି । ସେହିପରି ଅନୁସୂଚିତ ଛାତ୍ରବୃତି ପ୍ରଦାନରେ ରାଜ୍ୟ ସରକାର ବହୁ ବିଳମ୍ବ କରୁଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଶ୍ରୀ ଜୁଏଲ ଓରାମ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡଃ. ବିଭୂ ପ୍ରସାଦ ତରାଇଙ୍କ ସଭାପତିତ୍ୱରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ପ୍ରଭାରୀ ଓ ଜିଲ୍ଲା ସଭାପତିମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଶ୍ରୀ ଜୁଏଲ ଓରାମ ଯୋଗ ଦେଇ ବିସ୍ତୃତଭାବରେ ଅନୁସୂଚିତ ଜାତି ମୋର୍ଚ୍ଚାର ସାଂଗଠନିକ ଉପରେ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚାର ନାର୍ଯ୍ୟ ଅଧିକାର ଉପରେ ଆଲୋଚନା କରିଥିଲେ । ମୋର୍ଚ୍ଚାର ରାଜ୍ୟ ସଭାପତି ଡଃ ତରାଇ ନୂତନ କର୍ମକର୍ତାଙ୍କୁ ସ୍ୱାଗତ କରିଥିଲେ ଏବଂ ସାଙ୍ଗଠନିକ ଚର୍ଚ୍ଚା, ବିଶ୍ୱକର୍ମା ଯୋଜନା ଓ ବସ୍ତି ସମ୍ପର୍କ ଉପରେ ଆଲୋଚନା କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ମୋର୍ଚ୍ଚାର କାର୍ଯ୍ୟାବଳୀ ଏବଂ ଆଗାମୀ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଡଃ. ରବି ନାରାୟଣ ବେହେରା ଅତିଥିମାନଙ୍କ ପରିଚୟ କରିବା ସହ ଆଗାମୀ ଦିନରେ ମୋର୍ଚ୍ଚାର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ବିଭିନ୍ନ କାର୍ଯ୍ୟକ୍ରମର ଶୈଳୀ ଏବଂ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବ୍ୟବହାର ପ୍ରଚାର ପ୍ରସାର ଉପରେ ଆଲୋକପାତ କରାଇଥିଲେ । ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ ସୌରାଜ ନୂଆ ମୋର୍ଚ୍ଚାର ପଦାଧିକାରୀ ଓ ଅନ୍ୟମାନଙ୍କର ଦାୟିତ୍ୱ ବଂଟନ ଉପରେ ଅବଗତ କରାଇଥିଲେ । ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ମନିଜର ଧ୍ୟାର୍ଯ୍ୟ ବିଭିନ୍ନ ଜିଲ୍ଲାରୁ ଆସୁଥିବା କାର୍ଯ୍ୟକର୍ତାମାନଙ୍କର ରିପୋର୍ଟିଂ ନେଇଥିଲେ । ଶେଷରେ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀମତୀ ସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 1, 2024
November 25, 2024