ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଟିକା ଟେଣ୍ଡର ସମ୍ପର୍କରେ ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଛି । ଟିକା କିଣା ପାଇଁ ରାଜ୍ୟର ଗ୍ଲୋବାଲ ଟେଣ୍ଡରକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ଟେଣ୍ଡର ସର୍ତ୍ତରେ କରାଯାଇଥିବା ସଂଶୋଧନକୁ ମଧ୍ୟ ଅନୁମୋଦନ କରାଯାଇଛି । ଗ୍ଲୋବାଲ ଟେଣ୍ଡରରେ ଅଧିକ ବିଡରଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନିଆଯାଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।
Related Stories
December 21, 2021
December 19, 2021