ବରୀ (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ରମାଦେବୀ ଗୋପବନ୍ଧୁ ଆଶ୍ରମ ପରିସରରେ ଆଶୁତୋଷ ପରିଡାଙ୍କ ସଭାପତିତ୍ବରେ ବରୀ ସାହିତ୍ୟ ସଂସଦର ମୁଖପତ୍ର ବରିଶ୍ରୀର ୨୫ ତମ ସଂଖ୍ୟାର ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ତଥା ପ୍ରାଧ୍ୟାପକ ଗୌତମ ଜେନା ଓଡ଼ିଆ ସାହିତ୍ୟର ସ୍ଥିତି ଓ ପ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଆମେ ଚଉଦ ଶହ ବର୍ଷର ସାହିତ୍ୟ କଥା ଆଲୋଚନା କଲା ବେଳେ ମାତ୍ର ଅଶୀ ବର୍ଷର ସାହିତ୍ୟରେ ହିଁ ଆମ କଥା କୁହାଯାଇଛି l ସାହିତ୍ୟ ସମାଜରେ ପରିବର୍ତ୍ତନ ଆଣେ କି ନାହିଁ ସେ କଥା କହିବା ଠିକ ନୁହେଁ କିନ୍ତୁ ସମାଜ ଅନୁସାରେ ସାହିତ୍ୟରେ ପରିବର୍ତ୍ତନ ଆସିଥାଏ ବୋଲି ସେ କହିଥିଲେ l ଅନ୍ୟତମ ଅତିଥି ଭାବେ ଆକାଶବାଣୀର ଗୀତିକାର ଅଭିରାମ ସାହୁ, ବରିଷ୍ଠ ଶିକ୍ଷାବିତ୍ ବୃନ୍ଦାବନ ସାମଲ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l
କାର୍ଯ୍ୟକ୍ରମରେ ଅତିଥି ପରିଚୟ ଷ୍ଟାଲିନ ଜେନା ପ୍ରଦାନ କରିଥିବା ବେଳେ ନିକଟରେ ପରଲୋକଗତ ସାରସ୍ଵତ ସ୍ରଷ୍ଟା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ଯରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l
ଅନୁଷ୍ଠାନର ସମ୍ପାଦକ ସୁମନ୍ତ କୁମାର ପଣ୍ଡା ନିଜର ସମ୍ପାଦକୀୟ ଅଭିବ୍ୟକ୍ତିରେ ସାହିତ୍ୟ ଆଉ ହୃଦୟର କଥା କହୁ ନାହିଁ l ଯେଉଁ ମାଟିରେ ସାହିତ୍ୟ ରୁଦ୍ଧିମନ୍ତ ହୁଏ ସେ ଉର୍ବର ମାଟି ଆଉ ନାହିଁ ବୋଲି ନିଜର କ୍ଷୋଭ ପ୍ରକାଶ କରିଥିଲେ l ଏହି ଅବସରରେ ଅତିଥୀମାନେ ବରିଶ୍ରୀର ୨୫ ତମ ସଂଖ୍ୟାର ଅନାବରଣ କରିଥିବା ବେଳେ କବି ଅମୂଲ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ହୃଷିକେଶ ଜେନା, ବିଚିତ୍ରାନନ୍ଦ ପୁହାଣ, ସୋମନାଥ ଦ୍ବିବେଦୀ, ପ୍ରଭାସ ଚନ୍ଦ୍ର ଦାସ, ଅଭିରାମ ଶତପଥୀ, କୁଞ୍ଜବିହାରୀ ଦାଶ, ସରୋଜ କୁମାର ଦାଶ, ନଟବର ବେହେରା, ଝରଣା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ବରୀରୁ ସନ୍ତୋଷ କୁମାର ରାଉତଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ