କୋରାଇ (ରତ୍ନଗିରି ନ୍ୟୁଜ) :- ଯାଜପୁର ଜିଲ୍ଲା ର ଆଧିଷ୍ଠାତ୍ରୀ ଦେବୀ ଶଙ୍ଖଚିଲେଶ୍ୱରୀ ମା’ ହିଙ୍ଗୁଳାଙ୍କ ପୂଜା ନୀତିକାନ୍ତିର ପରିଚାଳନା ନିମନ୍ତେ ସପ୍ତଦଶ କମିଟି ଗଠନ କରାଯାଇଛି । ପୁରତାନ କମିଟର ଉପସଭାପତି ଭାସ୍କର ପୃଷ୍ଟିଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ନୂତନ ପରିଚାଳନା କମିଟିର କର୍ମକର୍ତା ଚୟନ କରାଯାଇଥିଲା । ଦୀର୍ଘ ୨୬ ବର୍ଷ ଧରି ସଂପାଦକ ଦାୟିତ୍ୱ ନିର୍ବାହକରି ଆସୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କୁ ସଭାପତି ଭାବେ ମନୋନିତ କରାଯାଇଥିବା ବେଳେ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ବାବୁଲି ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।ସେହିପରି ଉପସଭାପତି ଭାବେ ପ୍ରଭାତକୁମାର ପଥାଳ, ସହସମ୍ପାଦକ ଭାବେ ଅନନ୍ତଚନ୍ଦ୍ର ମଲିକ, କୋଷାଧ୍ୟକ୍ଷ ଭାବେ ଅମୂଲ୍ୟଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଥିଲା ବେଳେ ‘ନୀତି କମିଟି’ର ପଚରିଚାଳକ ଭାବେ ମହେନ୍ଦ୍ର କୁମାର ନାୟକ ଓ ‘ନାମଯଜ୍ଞ ପରିଚାଳକ’ ଭାବେ ବାଇଧର ନାୟକ ପ୍ରମୁଖ ୭ଜଣଙ୍କୁ ଚୟନ କରାଯାଇଛି । ଅନୁଷ୍ଠିତ ବୈଠକରେ ଖମଣ ପଂଚାୟତର ଠାକୁରପାଟଣା, ମଠାପଟଣା, ଗୋଡିପାଟଣା, ଉଦୟପାଟଣା, ନୂଆପାଟଣା, ରାଧାନଗରପାଟଣା, ବଢେଇଟିକର , ଗୁରୁସାହି, ନାଉଡୁପୁର (ଉପର) , ନାଉଡପୁର (ତଳ), ନାହାନ୍ଦା ଓ ଖମଣ ପ୍ରଭୃତି ୧୨ଖଣ୍ଡ ଗାଁର ମୁଖ୍ୟଙ୍କ ସମେତ ୨୮ଜଣ ଓ ୫ଜଣ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୩୩ଜଣ ସଦସ୍ୟଙ୍କ ଦ୍ୱାରା ଏହି କମିଟି ଗଠନ କରାଯାଇଛି ।ଅନୁଷ୍ଠିତ ବୈଠକରେ ମହେଶ୍ୱର ଖୁଂଟିଆ, ବଳରାମ ସାହୁ, ରଘୁନାଥ ସାହୁ, ଗଜେନ୍ଦ୍ର ମହାକୁଡ, ପ୍ରକାଶ ଚନ୍ଦ୍ର ପୃଷ୍ଟି, ରବିନ୍ଦ୍ର ସାହୁ , ବିନୋଦ ଦାସ, ଗଣେଶ୍ୱର ପାଢୀ, ରମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ଗୁରୁ, ବାବୁଲାଲ ଗୁରୁ, ଚକ୍ରଧର ସାହୁ, ବିଦ୍ୟାଧର ବେହେରା, ପ୍ରଫୁଲ ସାହୁ, କୃଷ୍ଣଚନ୍ଦ୍ର ମଲିକ, ଦଶରଥ ନାୟକ, ସୁରେନ୍ଦ୍ର ସାହୁ ପ୍ରମୁଖ ସଦସ୍ୟଗଣ ଉପସ୍ଥିତ ଥିଲେ । ଗଠିତ ନୂତକମିଟିର ଅବଧି ୩ବର୍ଷ ହୋଇଥିଲା ବେଳେ ନୂତନ କର୍ମକର୍ତାଗଣ ନୀତିନିୟମ ଅନୁଯାୟୀ ପୂଜାନୀତିକାନ୍ତି ସଠିକ ଭାବେ ପରିଚାଳନା କରିବେ ବୋଲି ମା’ହିଙ୍ଗୁଳାଙ୍କ ନିକଟରେ ପୂଜକ କମଳାକାନ୍ତ ମିଶ୍ରଙ୍କ ତତ୍ୱାବଧନାରେ ଶପଥ ଗ୍ରହଣ କରିଥିଲେ । ଶେଷରେ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 9, 2024
December 1, 2024