ଭଦ୍ରକ (ରତ୍ନଗିରି ନ୍ୟୁଜ)୦୫/୧୨:ଭଣ୍ଡାରିପୋଖରୀ ଓଡ଼ିଶା ବିକଳାଙ୍ଗ ମଞ୍ଚର ଦ୍ବିତୀୟ ବାର୍ଷିକୋତ୍ସବ ‘ ଭିନ୍ନକ୍ଷମମାନେ ସମାଜର ଦିବ୍ୟଅଙ୍ଗ ଭଣ୍ଡାରିପୋଖରୀ , ଦିବ୍ୟାଙ୍ଗମାନେ ସମାଜର ଦିବ୍ୟଅଙ୍ଗ । ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗଙ୍କୁ ଅଗ୍ରଣୀ ସୁଯୋଗ ମିଳିବା ଦରକାର । ଏଥିପାଇଁ ପାରିବାରିକ , ସାମାଜିକ ଓ ପ୍ରାଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇବା ଜରୁରୀ ଅଟେ ବୋଲି ‘ ଓଡ଼ିଶା ବିକଳାଙ୍ଗ ମଞ୍ଚ’ର ଦ୍ୱିତୀୟ ବାର୍ଷିକୋତ୍ସବରେ ଯୋଗଦେଇ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଛନ୍ତି । ‘ ବିଶ୍ବ ଭିନ୍ନକ୍ଷମ ଦିବସ ‘ ଉପଲକ୍ଷେ ସରସଦା ବିଦ୍ୟାଳୟ ପଡ଼ିଆରେ ‘ ଓଡ଼ିଶା ବିକଳାଙ୍ଗ ମଞ୍ଚ’ର ଭଦ୍ରକ ଶାଖା ଓ ଉମିଦ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଲାସ୍ତରୀୟ ଭିନ୍ନକ୍ଷମ ଦିବସ ପାଳନ ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ସମାଜସେବୀ ବିଶ୍ବମ୍ବର ରାଉତଙ୍କ ସଞ୍ଚାଳନାରେ ଅନୁଷ୍ଠିତ ସଭାକୁ ମୁଖ୍ୟଅତିଥ୍ ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ୍ତ ଦାଶ , ସମ୍ମାନିତ ଅତିଥ୍ ପୂର୍ବତନ ଜିଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ ଜିଲା ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ , ଆକ୍ସନ ଏଡ ଇଣ୍ଡିଆ ନିର୍ଦେଶକ ଦେବବ୍ରତ ପାତ୍ର , ଉମିତ ଫାଉଣ୍ଡେସନ ସମ୍ପାଦକ ରାଜେଶ ବାରିକ , ସିଆରଏସଆର ନିର୍ଦେଶକ ଭଗବାନ ପରିଡା , ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ସୁଧାଂଶୁ ପାଢୀ , ସରସଦା ସରପଞ୍ଚ ମଣିକାଞ୍ଚନ ସେନାପତି , ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ ଯୋଗଦେଇ ଦିବ୍ୟାଙ୍ଗଙ୍କ ସମସ୍ୟା ଓ ଆବଶ୍ୟକତା ସୁରକ୍ଷା ଦିଗରେ ମଞ୍ଚର ଭୂମିକାକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଭାଧାରୀ ଦିବ୍ୟାଙ୍ଗ କଳାକାରଙ୍କ ସହ ଉମିଦ ଫାଉଣ୍ଡେସନ , ଜୟଦୁର୍ଗା ଫାଉଣ୍ଡେସନ , ସାଇକ୍ରିଷ୍ଣା ସେବା ଟଷ୍ଟ୍ର , ମାନବସେବା ସଙ୍ଗଠନ , ଜନତା ସ୍କାଇଲ ଗ୍ରୁପକୁ ସମୃଦ୍ଧିତ କରାଯାଇଛି । ମଞ୍ଚର ସଦସ୍ୟ ହୃଦାନନ୍ଦ ପାଢୀ , ଅନ୍ତର୍ଯ୍ୟାମୀ ପରିଡା , କରୁଣାକର ସାହୁ , ଯଦୁମଣି ଦାସ , ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Related Stories
December 1, 2024
November 25, 2024