ବରୀ(ରତ୍ନଗିରି ନ୍ୟୁଜ)- ସମାଜ ବିକାଶ କ୍ଷେତ୍ରରେ ଯୁବ ଶକ୍ତିର ଭୂମିକା ଗୁରୁତୁପୂର୍ଣ୍ଣ l ବିକଶିତ ବରୀ ଗଠନ ପାଇଁ ଯୁବ ସଂଗଠନ, ଛାତ୍ର ସଙ୍ଗଠନ ଓ ମହିଳା ସଂଗଠନର ପ୍ରମୁଖ ଭୂମିକା ରହିଛି ବୋଲି ବରୀ ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ଓ କର୍ମଶାଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସ୍ବାଇଁଖଣ୍ଡ ପଂଚାୟତର ଖରିପଡ଼ିଆ କଲ୍ୟାଣମଣ୍ଡପ ଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ୨୦୨୧ବର୍ଷର ସମ୍ବର୍ଦ୍ଧନା ଓ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବରୀ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ରଂଜନ କୁମାର ପଣ୍ଡା ସଂଚାଳନ କରିଥିବାବେଳେ ବରୀ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ସଭାପତିତ୍ୱ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରୀ ବିଜେଡ଼ି ସଂଯୋଯକ ଦେବେନ୍ଦ୍ର ଦାସ, ବରୀ ବିଜୁ ଜନତା ଦଳର ବ୍ଲକ ସଭାପତି କେଦାର ଚନ୍ଦ୍ର ସାମଲ, ପ୍ରାକ୍ତନ ବରୀ ବ୍ଲକ ଅଧ୍ୟକ୍ଷ ନୀଳମଣି ସାମଲ, ବ୍ଲକ ମହିଳା ସଭାନେତ୍ରୀ ଜୋସ୍ନାରାଣୀ ନାଥଶର୍ମା, ଛାତ୍ର ବିଜେଡ଼ି ସଭାପତି ସଦିଚ୍ଛା ସାମଲ,ସରପଂଚ କୀରଣବାଳା ଜେନା, ସମିତି ସଭ୍ୟ ପ୍ରଦୀପ ଘଡେଇ ସୁବୋଧ ଜେନା, ଦୁଷ୍ମନ୍ତ ସେଠି, ବିଜୟ ନାୟକ, ହରିହର ପଣ୍ଡା, ସରପଂଚ ସମୀର ମଳିକ , ହେମନ୍ତ ନାୟକ, ଶଙ୍କର୍ଷଣ ସ୍ୱାଇଁଙ୍କ ସମେତ ବିଭିନ୍ନ ପଂଚାୟତର ଦଳୀୟ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଉଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ପଂଚାୟତରୁ ଆସିଥିବା ବିଜୁ ଯୁବ ଜନତା ଦଳର ସଦସ୍ୟ ମାନଙ୍କୁ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ଦାସ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ l