ବରୀ,୧୯/୦୬(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପି ଲୋକମାନେ ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ଆଜି ଓଡିଶା ପ୍ରଦେଶ କଂଗ୍ରେସକମିଟି ପ୍ରଭାରୀ ଅଜୟ ଲୁଲ୍ଲୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ବରୀ ଗ୍ରସ୍ତରେ ଆସି ସ୍ବାସ୍ଥ୍ୟ ବ୍ୟବସ୍ଥାର ଅବସ୍ଥାକୁ ଅନୁଧ୍ୟାନ କରି ଫେରି ଯାଇଛନ୍ତି। ବିଶେଷକରି ଏହି ବ୍ଲକରେ ପାନୀୟଜଳ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁ ସାଧାରଣ ଲୋକ ଏହି ରୋଗର ଶିକାର ହେଉଛନ୍ତି ଯାହାକି ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର ଏହାର ଉତ୍ତରଦାୟୀ ହେବା ପରିବର୍ତେ ଅଦ୍ୟାବଧି ଡାଇରିଆ ଘଟିବାର କାରଣ ଖୋଜି ନ ପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ତାଙ୍କର ଗ୍ରସ୍ତସମୟରେ ବରୀବ୍ଲକ କଂଗ୍ରେସ ସଭାପତି ମନୋଜ ଦାସଙ୍କ ନେତୃତ୍ୱରେ କଂଗ୍ରେସଦଳର ଶତାଧିକ କର୍ମୀ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତକରିଥିଲେ। ତାଙ୍କର ଗ୍ରସ୍ତ ଅବସରରେ ରାଜଙ୍ଗାଙ୍ଗପୁର ବିଧାୟକ ରାଜନ ଏକ୍କାଙ୍କ ସମେତ ଦେବ ପ୍ରଧାନ, ପ୍ରଶାନ୍ତ ମଲିକ, ମନୋଜ ଦାସ, ନନ୍ଦକିଶୋର ସେନାପତି, ଦେବେନ୍ଦ୍ର ପ୍ରଧାନ, ସତ୍ୟ ପ୍ରକାଶ ଦାସ, ମାନସ ପରିଡ଼ା, ଶୈଳେନ୍ଦ୍ର ବେହୁରିଆ, ସମୀର ନାୟକ, ସଂଗ୍ରାମ ସାହାଣୀ, ରବୀନ୍ଦ୍ର ଦଳାଇ, ରମେଶ ଚନ୍ଦ୍ର ଦାସ, ପ୍ରମୁଖ ଉପସ୍ଥିତଥିଲେ। ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପ୍ରସାସନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଫଳ ହୋଇଛି ବୋଲି ମତ ରଖିଥିଲେ।
