ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) ମହାନଦୀ ବଞ୍ଚାଅ ଆନ୍ଦୋଳନ ର ପୂର୍ବ ନିଷ୍ପତି ଅନୁଯାୟୀ ମହାନଦୀ ର ଉଦ୍ଧାର ପାଇଁ ଆଜି ଦେଶର ପ୍ରଧାନମନ୍ତ୍ରୀ ତଥା ଉଭୟ ଓଡ଼ିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖାଯାଇଛି l ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ସମେତ ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଜ୍ୟ ନେତୃତ୍ୱ ମାନେ ଏହି ଚିଠି ଲେଖିଛନ୍ତି l
ଚିଠିରେ କଲମl ବ୍ୟାରେଜ୍ ରୁ ଛତିଶଗଡ ଓଡ଼ିଶା ପଟକୁ ଆଦୌ ପାଣି ନଛାଡିବା କୁ ଦୁର୍ଭାଗ୍ୟ ଜଣକ ବୋଲି କୁହା ଯିବା ସହିତ ଏହା ବେଆଇନ ବୋଲି ଦର୍ଶାଯାଇଛି l ପ୍ରତ୍ୟେକଟି ନଦୀ ର ପ୍ରାକୃତିକ ପ୍ରବାହ ଆବଶ୍ୟକତା କୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଗୁରୁତ୍ଵ ଦିଆ ଯାଇଛି l ପ୍ରବାହ ବିନା ନଦୀ, ନଦୀ ନୁହଁ l ସେଥିପାଇଁ କୌଣସି ନଦୀରେ ଜଳ ବିକାଶ ପ୍ରକଳ୍ପ କଲାବେଳେ ନଦୀର ସର୍ବନିମ୍ନ ଜଳ ପ୍ରବାହ ଯେମିତି ଅକ୍ଷୁର୍ଣ୍ଣ ରହେ ସେଥି ପ୍ରତି ଗୁରୁତ୍ଵ ଦେବାପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି l ନଦୀର ପର୍ଯ୍ୟାବରଣୀୟ ଓ ଜୈବ ବିଭିଦାତା ର ସୁରକ୍ଷା ପ୍ରତି ଗୁରୁତ୍ବ ଦେବା ପାଇଁ ଆଇନ ଗତ ନିର୍ଦ୍ଦେଶ ରହିଛି l ମାତ୍ର ମହାନଦୀ କ୍ଷେତ୍ରରେ ତାହା କୁ ଅବମାନନା କରାଯାଇଛି l ମହାନଦୀ ତ୍ରିବୁନାଲ ମଧ୍ୟ ଏଥିପ୍ରତି ଗୁରୁତ୍ଵ ଦେଇନାହିଁ କିମ୍ବା ଗତ ଚାରିବର୍ଷ ଭିତରେ କୌଣସି ଅନ୍ତରିଣ ନିର୍ଦ୍ଦେଶ ମଧ୍ୟ ଦେଇନାହିଁ l ଚିଠିରେ ଏହାକୁ କଡା ସମାଲୋଚନା କରାଯାଇଛି l
ପ୍ରଧାମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଲିଖିତ ଚିଠିରେ ମହାନଦୀ କୁ ବଞ୍ଚାଇ ରଖିବା ପାଇଁ ତାଙ୍କର ହସ୍ତକ୍ଷେପ ଲୋଡା ଯାଇଛି l ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ କଲମl ବ୍ୟରେଜର ୫ ଟି ଗେଟ୍ କୁ ତୁରନ୍ତ ଖୋଲିବା ପାଇଁ ଅନୁରୋଧ କରାଯିବା ସହିତ ତାଙ୍କ ସହ ସାକ୍ଷାତ ପାଇଁ ସମୟ ମଗା ଯାଇଛି l ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ଚିଠିରେ ରାଜ୍ୟ ସରକାର ମହାନଦୀର ଜୀବନ ପ୍ରତି ଗୁରୁତ୍ଵ ନଦେବାକୁ କଡା ସମାଲୋଚନା କରା ଯିବା ସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ ସହିତ ତୁରନ୍ତ କଥାବାର୍ତ୍ତା କରି କଲମl ବ୍ୟରେଜ ର ଗେଟ ଖୋଲିବା ପାଇଁ ଅନୁରୋଧ କରାଯାଇଛି l
ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ଏହି ଚିଠି ଉପରେ ପ୍ରଧାନମନ୍ତ୍ରୀ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି ତାକୁ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ଭେଟି ମହାନଦୀ ର ଉଦ୍ଧାର ପାଇଁ ନିବେଦନ କରାଯିବ ବୋଲି କହିଛନ୍ତି l
ସେପଟେ ପୂର୍ବ ନିଷ୍ପତି ଅନୁଯାୟୀ ଆସନ୍ତା କାଲି ମହାନଦୀର ପ୍ରବେଶ ସ୍ଥାନ ସୁଖସୋଡ଼ା ଓ ସମୁଦ୍ର ରେ ମିଳନ ସ୍ଥାନ ପାରାଦ୍ୱୀପ ର ଚଉମୁହଣି ଠାରେ ଗୋଟିଏ ଦିନ ଗୋଟେ ସମୟ ରେ ଦିନ 9 ଟାରୁ 12 ଟା ପର୍ଯ୍ୟନ୍ତ ମହାନଦୀ ବଞ୍ଚାଅ ଆନ୍ଦୋଳନ ସତ୍ୟାଗ୍ରହ କରିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି l