ଢେଙ୍କାନାଳ (ରତ୍ନଗିରି ନ୍ୟୁଜ): ଦଶକୋଟି ବର୍ଷ ପୂର୍ବେ ଭାରତର ମେଘାଳୟର ଖାସି ପର୍ଵତରେ ସୌରପୋଡ ଜାତୀୟ ଡାଇନାସୋର ପ୍ରଜାତିଥିଲେ । ଯାହାର ଆବିଷ୍କାର କରିଛନ୍ତି ଭାରତର ତିନି ଜଣିଆ ମହିଳା ଭୂତତ୍ୱବିତ । ଏହି ତିନି ଜଣିଆ ଦଳରେ ଅନ୍ୟତମ ମୁଖ୍ୟ ହେଉଛନ୍ତି ଢେଙ୍କାନାଳ ଝିଅ ଲିନାଶ୍ରୀ ଦଳବେହେରା ।ସେ ୨୦୧୯ ରୁ ଏହି ବିଷୟରେ ଦୁଃସାହାସିକ ଭାବରେ ପାହାଡ଼ ପର୍ଵତ ଚଢ଼ି ଡାଇନାସୋରର ଜୀବାସ୍ମ ହାଡ଼କୁ ପରୀକ୍ଷା ନିରୀକ୍ଷା କରିଛନ୍ତି.. ମେଘଲୟ ରେ ପ୍ରଚୁର ବର୍ଷା ହେଉଥୁବାରୁ ବହୁ ଡାଇନାସୋରର ଅଂଶଵିଶେଷ ନଷ୍ଟ ହୋଇଯାଇଛି ।
ଯେଉଁ କେତୋଟି ହାଡ଼ ମିଳିଛି ତାକୁ ନେଇ ଗବେଷଣା ଚାଲୁ ରହିଥିବା ଜଣାଯାଇଛି । ଲିନାଶ୍ରୀ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୫ ସେଣସାହି ବାସିନ୍ଦା ଅବସରପ୍ରାପ୍ତ ଇ ଈଶ୍ବର ଚନ୍ଦ୍ର ବେହେରା ଓ ନାରୀ କବି ତୁଳସୀରାଣୀ ବେହେରା ଙ୍କ ସାନ ଝିଅ ଅଟନ୍ତି । ସେ ବାଣିବିହାର ରେ ସ୍ନାତକତା ପରେ ଖଡ଼କପୁରରେ ଭୂତତ୍ୱ ବିଜ୍ଞାନରେ ପାଠ ପଢ଼ିଥିଲେ । ତାଙ୍କର ଏହି ସଫଳତାରେ ଭୁବନ ତଥା ଢେଙ୍କାନାଳ ଜିଲ୍ଲାରେ ଆନନ୍ଦ ଖେଳି ଯାଇଛି । ସେ ଏବେ ସିଲଙ୍ଗରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ।ଭୁବନ ତୃପ୍ତି ପାଠାଗାର ପକ୍ଷରୁ ତାଙ୍କ ବାପା ମାଆଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଛନ୍ତି।ଙ୍କୁ ପୂଜା କରିବାର ପରଂପରା ରହିଛି । ଏଥି ପାଇଁ ହିନ୍ଦୁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ମନ୍ଦିର ବନ୍ଦ ଥିବାରୁ ଘରେ ଘରେ ପାଳନ ହେଉଛି ସାବିତ୍ରୀ ବ୍ରତ ।