ବରୀ (ରତ୍ନଗିରି ନ୍ୟୁଜ) : ବହୁ କଳ୍ପନାଜଳ୍ପନା ପରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରୀରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଶ୍ୱରଂଜନ ମଲ୍ଲିକ୍ଙ୍କୁ ପ୍ରାର୍ôଥ କରିବା ପରେ ବିଶ୍ୱଙ୍କ ଶକ୍ତି ବୃଦ୍ଧି ସାଙ୍ଗକୁ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ଯେଉଁମାନେ ପ୍ରାର୍ଥି ଘୋଷଣା ପୂର୍ବରୁ ବିଶ୍ୱଙ୍କୁ ତିବ୍ର ସମାଲୋଚନା କରୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବିଶ୍ୱଙ୍କ ସପକ୍ଷରେ ନିଜର ସମର୍ଥନ ଘୋଷଣା କରିଛନ୍ତି । ବିଶ୍ୱ ରଂଜନ ଦଳୀୟ ଟିକେଟ ପାଇବା ପରେ ଅସନ୍ତୁଷ୍ଟ ଥିବା ବ୍ୟକ୍ତି ଓ ରାଜନେତାମାନଙ୍କୁ ଭେଟି ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ କରୁଥିବାବେଳେ ଅନେକ ଆପଣାଛାଏଁ ଦଳୀୟ ପ୍ରାର୍ôଥଭାବେ ବିଶ୍ୱରଂଜନଙ୍କୁ ସମର୍ଥନ ଦେବାକୁ ଆଗେଇ ଆସୁଛନ୍ତି ।
ବିଶେଷ କରି ବରୀ ବିଧାୟିକା ସୁନନ୍ଦା ଦାସଙ୍କ ପ୍ରମୁଖ ସମର୍ଥକ ତଥା ବରୀ ବିଜେଡି ବ୍ଲକ୍ ସଭାପତି କେଦାର ସାମଲ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଯୁବ ବିଜେଡି ସଭାପତି ରଂଜନ କୁମାର ପଣ୍ଡା ପ୍ରମୁଖ ବିଜେଡିର ଦଳୀୟ ବିଧାୟକ ପ୍ରାର୍ôଥ ବିଶ୍ୱଙ୍କୁ ନିଜର ସମର୍ଥକମାନଙ୍କ ସହ ସମର୍ଥନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଅନ୍ୟ ପଟେ ବରୀ ଗୋଳିଆ ରାଜନୀତି ଠାରୁ ସମ ଦୂରତା ଅବଲମ୍ବନ କରୁଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଉଥିବା ୨୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବରୀ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଅଶୋକ କୁମାର ସାମଲଙ୍କୁ ବିଜେଡି ବିଧାୟକ ପ୍ରାର୍ôଥ ବିଶ୍ୱରଂଜନ ମଲ୍ଲିକ ଭେଟିବା ପରେ ଶ୍ରୀ ସାମଲ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେବା ସହ ମିଠା ଖୁଆଇ ଶ୍ରୀ ମଲ୍ଲିକଙ୍କୁ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମୟରେ ଶ୍ରୀ ସାମଲଙ୍କ ସମେତ ଧାରପୁର ସରପଞ୍ଚ କୁନା ମଲିକ, ସମିତି ସଭ୍ୟ ଶ୍ରୀଧର ସେଠୀଙ୍କ ସମେତ ଧାରପୁର ପଞ୍ଚାୟତର ଜନସାଧାରଣମାନେ ବିଧାୟକ ପ୍ରାର୍ôଥ ଶ୍ରୀ ମଲ୍ଲିକଙ୍କୁ ସ୍ୱାଗତ ସହ ନିଜର ସମର୍ଥନ ଘୋଷଣା କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ ବିଧାନସଭା ନିର୍ବାଚନରେ ବିଶ୍ୱରଂଜନ ମଲ୍ଲିକ ବିଜେପିରୁ ଦଳୀୟ ପ୍ରାର୍ôଥ ହୋଇ ବିଜେଡିର ବିଧାୟିକା ସୁନନ୍ଦା ଦାସଙ୍କୁ ଦୃଢ ଟକ୍କର ଦେବା ସହ ମାତ୍ର ୪ହଜାର ୬୨ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଶ୍ରୀ ମଲ୍ଲିକ ୬୮ହଜାର ୪୯୭ଖଣ୍ଡ ଭୋଟ ପାଇଥିବାବେଳେ ବିଧାୟିକା ସୁନନ୍ଦା ଦାସ ୭୨ହଜାର ୫୫୯ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନର ପରେ ଅର୍ଥାତ୍ ୨୦୨୧ ମସିହା ଅକ୍ଟୋବର ମାସ ୨୯ତାରିଖରେ ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ନିଜର ସମର୍ଥକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ସର୍ମଥନ ଜଣାଇ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଧାୟିକା ସୁନନ୍ଦା ଦାସଙ୍କ ଉପସ୍ଥିତିରେ ବିଶ୍ୱରଂଜନ ମଲ୍ଲିକ ବିଜେଡିରେ ଯୋଗ ଦେଇଥିଲେ । ସେ ସମୟରେ ତାଙ୍କୁ ଦିଆଯାଇଥିବା ପ୍ରତିଶୃତି ମୁତାବକ ଶ୍ରୀ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ପ୍ରାର୍ôଥ କରିବା ସହ ତାଙ୍କ ଉପରେ ପୂର୍ଣ୍ଣ ଭରଷା ରଖିଛି । ବିଶ୍ୱ ପ୍ରାର୍ôଥ ହେବା ପରେ ତାଙ୍କ ପ୍ରତି ଦିନକୁ ଦିନ ସମର୍ଥକମାନଙ୍କ ସଂଖ୍ୟା ବଢିବା ସାଙ୍ଗକୁ ଲୋକ ପ୍ର୍ରିୟତା ମଧ୍ୟ ବୃଦ୍ଧି ପାରିବାର ଲାଗିଛି ।