ବରୀ (ରତ୍ନଗିରି ନ୍ୟୁଜ) ୦୨/୦୮: ଯାଜପୁର ଜିଲ୍ଳା ବରୀ ବ୍ଲକ୍ ଧାରପୂର୍ ପଞ୍ଚାୟତ ନାଥପୁର ପଟଣା ଗ୍ରାମର ଦୀପ୍ତିମୟୀ ପଣ୍ଡା ବୟସ ସେତେବେଳକୁ ୧୪ ବର୍ଷ ସାନ ଭଉଣୀ ୧୨ ବର୍ଷ ଓ ସାନଭାଇକୁ ୧୦ ବର୍ଷ ବାପା, ମା ଓ ଜେଜେ ମା ମୋଟା ମୋଟି ୬ ଜଣଙ୍କୁ ନେଇ ସଂସାର। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବାପା ଓ ମା ଭୁବନେଶ୍ୱରରେ ରହି ଶ୍ରମିକ ଭାବେ କାର୍ଯ୍ୟ କରି ଯାହା କିଛି ଟଙ୍କା ବୁଢ଼ୀ ମା ପାଖକୁ ପଠାନ୍ତି ସେଇଥିରେ ପରିବାର ଚଳେ ଆର୍ଥିକ ସମସ୍ୟା ଥାଇ ବି ଜେଜେ ମା ଓ ନାତି ନାତୁଣୀ ତିନି ଜଣ ହସ ଖୁସିରେ ଚଳି ଯାଉଥିଲେ। ଘଟଣାଟି ହେଇଛି ୨୦୦୭ ମସିହାର କଥା ହଠାତ୍ ଖବର ଆସେ ଯେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟି ବାପା ମା ଦୁଇଜଣ ମୃତ୍ୟୁବରଣ କରିଛନ୍ତି ସତେ ଯେମିିତି ଦୁଃଖର ପାହାଡ଼ ଖସି ପଡ଼ିଲା ଘରେ ଜେଜେ ମା ଓ ସାନ ସାନ ଭାଇ ଭଉଣୀ କେମିତି ଚଳିବେ କେମିତି ରହିବେ। ସେଇଠୁ ଆରମ୍ଭ ହୁଏ ସଂଘର୍ଷ ଦୀପ୍ତି ଯେନ ତେନ ପ୍ରକାରେ ଯୁକ୍ତ ଦୁଇ ପଢିଲା ପରେ ଆଉ ଆଗକୁ ନ ଯାଇ ରହିଲେ। ସାନ ଭଉଣୀ ସପ୍ତମ ଶ୍ରେଣୀ ପରେ ଆଉ ସ୍କୁଲ୍ ଯାଇ ପାରିଲେ ନାହିଁ ବୁଢ଼ୀ ମା ଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଚାଉଳକୁ ପାଥେୟ କରି ନିଜେ ଛୋଟ ପିଲା ମାନଙ୍କ ଟିଉସନ୍ କରି ଚଳି ଯାଆନ୍ତି। ସାନ ଭାଇକୁ ପାଠ ପଢ଼ାଇବା ପାଇଁ ଭୁବନେଶ୍ୱରର ଜୈନେକ ସ୍ୱେଚ୍ଛାସେବୀ ମହିଳା ଯାହାଙ୍କ ନାମ ନିବେଦିତା ଲେଙ୍କା (ଯଶୋଦା ମା) ବି ଏ ପଢ଼ିବା ପର୍ୟ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରନ୍ତି । ଠିକ୍ ଏହୀ ସମୟରେ ଜେଜେ ମା ବି ଆର ପାରିକୁ ଚାଲିଗଲେ ଏବେ ଦୁଇ ଭଉଣୀ ଓ ଭାଇ କେହି ସାହା ହେବାକୁ ନାହିଁ କି ଆହା କହିବାକୁ ନାହିଁ । ଦୀପ୍ତି ନିଜ ଗାଁ ରେ ଥିବା ଶିଶୁ ମନ୍ଦିରରେ ପିଲା ମାନଙ୍କୁ ପଢ଼ାଇ ମାସକୁ ଦୁଇ ହଜାର ଟଙ୍କା ପାଉଛନ୍ତି। ତା ସହିତ ରାସନ୍ ଚାଉଳ କେଇ କିଲୋ ମିଳୁଛି। ଏ ଭଳି ପରିସ୍ଥିତିରେ ସେ ନିବେଦନ କରି କୁହନ୍ତି ଯେ କୌଣସି ସଂଗଠନ ବା କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ କୌଣସି ପ୍ରକାର ନିଯୁକ୍ତି ସୁଯୋଗ ଯୋଗାଇ ଦେଲେ ସେ ଏବଂ ତାଙ୍କର ଭାଇ ଭଉଣି ଉପକୃତ ହୋଇ ପାରନ୍ତେ।
Related Stories
October 2, 2024