କୋଣାର୍କ(ରତ୍ନଗିରି ନ୍ୟୁଜ): କୋଣାର୍କ ସୂର୍ଯ୍ୟ ମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନେଇ ମନ୍ଦିର ସମ୍ମୁଖରୁ ବୁଧବାର ଉଠାଦୋକାନି ମାନଙ୍କୁ ଉଛେଦ କରଯାଇଛି। ଏହି ସମୟରେ ଜିଲ୍ଲା ପ୍ରଶାସନ ସହ ଉଠାଦୋକାନୀ ମୁଁହାମୁଁହି ହୋଇଥିବା ଦେଖିବାକୁ ମିଳିଥିଲ। ସୂଚନା ଥାଉକି ଦୀର୍ଘ୪୦ ବର୍ଷ ହେବ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବ୍ୟବସାୟ କରି ଆସୁଥିଲେ ୧୬୪ ବ୍ୟବସାୟୀ। ସେମାନଙ୍କ ଜୀବନ ଯିବିକା ଉପରେ ଆଜି ଏନଏସି ନୋଟିସରେ କରାଯାଇଛି ଉଛେଦ। ଯାହାକୁ ନେଇ ବ୍ୟବସାୟୀ ମାନେ ଜିଲ୍ଲା ପ୍ରଶାସନ ସହ ମୁଁହାମୁଁହି ହେବା ଦେଖିବାକୁ ମିଳିଛି। ସୂର୍ଯ୍ୟ ମନ୍ଦିର ମଙ୍ଗଳା ରୋଡ଼ରେ ବସିଥିବା ୫୪ ଜଣ ଉଠା ଦୋକାନୀ ଏନଏସିର ନୋଟିସକୁ ନମାନି ଦୋକାନ ସମ୍ମୁଖରେ ବସି ରହିଥିଲେ, ପରେ ପୋଲିସ ବଳ ପୂର୍ବକ ଏମାନଙ୍କୁ ଉଠାଇ ଦେବାରୁ ପୋଲିସ ଓ ଦୋକାନୀ ମାନଙ୍କ ଭିତରେ ଧସ୍ତା ଧସ୍ତି ହୋଇଥିଲା ପରେ ପୋଲିସ ଗାଡ଼ି ସାମ୍ନାରେ ଶୋଇ ପଡ଼ିଥିଲେ ଦୋକାନୀ ମାନେ l
ଯାହା ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଉତେଜନା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ନିମାପଡା ଡିଏସପି, ୩ଜଣ ଆଇଆଇସି, ଗୋପ ତହସିଲିଦାର, ଅତିରିକ୍ତ ତହସିଲଦାର, କୋଣାର୍କ ଏନଏସି ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ଜବରଦସ୍ତ ବ୍ୟବସାୟୀ ମାନଙ୍କ ଦୋକାନକୁ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ। ଯାହା ଫଳରେ ଶତାଧିକ ବ୍ୟବସାୟୀଙ୍କ ଦୋକାନ ଘର ଭାଙ୍ଗିବା ସହିତ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ବ୍ୟବସାୟୀ ମାନେ କ୍ଷୋଭ ପ୍ରକାଶ କରିବା ସହିତ କୋଣାର୍କ ଏନଏସି ଓ ଜିଲ୍ଲା ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଥିଲେ। ସେମାନଙ୍କ ସହ କଥାବାର୍ତ୍ତା କରି ଅଧିକ ସମୟ ଦେଇଥିଲେ ସେମାନେ ବିକ୍ରୟ ସାମଗ୍ରୀ ନିଜେ ନେଇ ଯାଇଥାନ୍ତେ ବୋଲି ବ୍ୟବସାୟୀ ମାନେ କହିଥିଲେ। କିନ୍ତୁ ଦୁଇ ଦିନ ଭିତରେ ହଠାତ୍ ଦୋକାନୀ ମାନଙ୍କୁ ଉଚ୍ଛେଦ କରିବା ଓ ସମ୍ପତି ନଷ୍ଟ କରିବାକୁ ବ୍ୟବସାୟୀ ମାନେ ନିନ୍ଦା କରିଛନ୍ତି।