ବରୀ ୧୩.୦୮(ରତ୍ନଗିରି ନ୍ୟୁଜ): ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ସାହାଯ୍ୟରେ ୩୦ ଲକ୍ଷ ତ୍ରିରଙ୍ଗା ପତାକା ମହିଳା ମାନଙ୍କ ପରିବାରକୁ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ଘରେ ଘରେ ତ୍ରିରଙ୍ଗା ଉଡିବା ଆରମ୍ଭ କରିଛି l ବାରି ବ୍ଲକରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି l ବରୀ ବ୍ଲକ୍ର ବିଭନ୍ନ ପଂଚାୟତ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡୁଥିବା ବେଳେ ବରୀ ବ୍ଲକ ପରିସରକୁ ସୁନ୍ଦର ଆଲୋକମାଳାରେ ସଜା ଯାଇଥିବା ଦେଖିବାକୁ ମିଳିଛି l
ରିପୋର୍ଟ : ସନ୍ତୋଷ କୁମାର ରାଉତ